ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଜିଲା ସ୍ତରୀୟ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ

32

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାପାଳ ଙ୍କ ସଦଦ୍ଭାବନା ସଭାଗୃହ ଠାରେ ଓଡିଶା ସାହିତ୍ୟ ଏକାଡେ଼ମୀ ର ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ଜିଲା ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ର ଅଧ୍ୟକ୍ଷ ସଂଗ୍ରାମକେଶରୀ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ସାହିତ୍ୟରେ ଅଧିକ ଜ୍ଞାନ ଆହୋରଣ କରିବାକୁ ପରାମର୍ଶ ଦେଇଥିଲେ।ଓଡ଼ିଶାର ବରପୁତ୍ର ମାନଙ୍କର ସାହିତ୍ୟ କୃତି, କାବ୍ୟ କବିତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁଅବଗତ କରାଇଥିଲେ।ରାଜ୍ୟ ସ୍ତରୀୟ ଓ ଜିଲା ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ।ଜଗତସିଂହପୁର ଜିଲ୍ଲାରେ ଜୁଲାଇ13 ଓ 14 ତାରିଖରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଭରଚୁଆଲ ମାଧ୍ୟମରେ ସାହିତ୍ୟ ସମ୍ପର୍କିତ ବକ୍ତୃତା, ଦେସାତ୍ମକ ବୋଧକ କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛଅ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ରାଜ୍ୟ ସ୍ତରୀୟ ବରିଷ୍ଠ ବର୍ଗରେ ବକ୍ତୃତା ପ୍ରତିଯୋଗିତାରେ ଆମଜିଲାର ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅବିସ୍ମରା ମିଶ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କନିଷ୍ଠ ବର୍ଗ ରେ କବିତା ଆବୃତ୍ତି ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଦୀପଶିଖା ମିଶ୍ର ତୃତୀୟ ସ୍ଥାନ ହାସଲ କରି ଆମଜିଲା ପାଈଁ ଗୌରବ ଆଣିଛନ୍ତି।ଏହି ଦୁଇଜଣ କୃତି ଛାତ୍ରୀ ଜୁଲାଇ25ତାରିଖରେ ଓଡିଶା ସାହିତ୍ୟ ଏକାଡେମୀ ରୁ ପୁରସ୍କାର ପାଇବେ।ଆଜି ଜିଲାର ଅଠର ଜଣ କୃତି ପ୍ରତିଯୋଗୀଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲା ସଂସ୍କୃତି ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ପରିଚାଳନାରେ ଜିଲା ସଂସ୍କୃତି ବିଭାଗର ବରିଷ୍ଠ ସହାୟକ କବିତା ମୁର୍ମୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ସହାୟକ ଦିବାକର ପାତ୍ର ସହାୟତା କରିଥିଲେ।।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More