ଓଡିଶା ସାହିତ୍ୟ ଏକାଡେମୀ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

16

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – -ଜଗତସିଂହପୁର ଜିଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ସାହିତ୍ୟ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣୀ ଉତ୍ସବ ଆଜି ଜିଲା ସଦର ମହକୁମା ଶ୍ରୀକୃଷ୍ଣ ଏକାଡେ଼ମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ, କବିତା ଆବୃତି ପ୍ରତିଯୋଗୀତା ବିଭାଗରେ ଜିଲାର ବିଭିନ୍ନ ବିଦ୍ୟାଳୟର ଶହେରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନ ଶିକ୍ଷକ ସୁକଦେଵ ସାହୂ ସଭାପତିତ୍ୱ କରିଥିଲେ।ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନିରଂଜନ ପଟ୍ଟନାୟକ, ଜିଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ, ଶାରୀରିକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ,ବିଶିଷ୍ଟ ସାହିତ୍ୟିକା ଡକ୍ଟର ଜ୍ୟାତ୍ରିମୟୀ ମହାନ୍ତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବାରିକ, ସାହିତ୍ୟିକ ଉମାକାନ୍ତ ନାୟକ, ଶିକ୍ଷାବିତ ଵିଜୟ କୁମାର ରଥ,ନଗେନ ପଣ୍ଡା, ଶିକ୍ଷକ ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟ ବଞ୍ଚିଲେ ରାଜ୍ୟ ବଞ୍ଚିବ ବୋଲି ମତରଖିବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମକୁ ସଂସ୍କୃତି ବିଭାଗର ସହାୟକ ନଳିନୀକାନ୍ତ ସାହୂ,ରାଧାମୋହନ ଜେନା ପରିଚାଳନାରେ ସହାୟତା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More