ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଅଶୋକ ପଟ୍ଟନାୟକଙ୍କୁ ସମର୍ଦ୍ଧନା

30

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : -ଓଡ଼ିଶା ସାହିତ୍ୟ ଏକାଡେମୀ ର ଏକ ନିରାଡ଼ମ୍ବର ଭବ୍ୟ ସାହିତ୍ୟ ଉତ୍ସବ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଛି।ନବରଙ୍ଗପୁର ଜଣାଶୁଣା ସୁନାମଧନ୍ୟ ଗାଳ୍ପିକ,ଗୀତିକାର,ନାଟ୍ୟକାର ଅଶୋକ ପଟ୍ଟନାୟକ ଓଡ଼ିଶାର ୧୫ ଜଣ ଵୟୋଜ୍ୟେଷ୍ଠ ସାରସ୍ୱତ ସାଧକଙ୍କ ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କରି ଗଳ୍ପ ସଂକଳନ ଦେହାନ୍ତ ,ପରେ ଓ ଅନ୍ୟ ଗୀତି କବିତା ସଂକଳନ ତୁମ ସ୍ମୃତି ଏକ ଟିକି ପ୍ରଜାପତି ଅତିଶୀଘ୍ର Inkdew Inkdew ପ୍ରକାଶନ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି । ଓଡ଼ିଆ ସାରସ୍ୱତ ଜଗତର ଏହି ସୁଉଚ୍ଚ ସମ୍ମାନ ପାଇଁ ଆମେ ଏକାଡେମୀ ର ସମସ୍ତ କାର୍ଯ୍ୟକାରୀ ପରିଷଦ ସଦସ୍ୟ,ସାଧାରଣ ପରିଷଦ ସଦସ୍ୟ,କର୍ମକର୍ତ୍ତା ଓ ଜ୍ଞାନୀଗୁଣିମାନୀ ଙ୍କୁ କୃତଜ୍ଞତା ଜଣାଉଛୁ ।ତତ ସହିତ ଗାଳ୍ପିକ ଅଶୋକ ପଟ୍ଟନାୟକ ଙ୍କ ସୁସ୍ଥ ସରଳ ଜୀବନ ସୁଦୀର୍ଘ ପାଇଁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିବା ସହ ତାଙ୍କୁ ହୃଦୟଭର୍ତ୍ତି ଶୁଭେଚ୍ଛା ଜଣାଉଛି ।ଓଡ଼ିଶାର ବାଣୀ ଭଣ୍ଡାର କୁ ତାଙ୍କରି ଅବଦାନ ସଦା ସର୍ବଦା ଜୀବନ୍ତ କରୁ । ଏକଦା ତାଙ୍କରି ଗଳ୍ପ ସଂକଳନ ଡୁମା ଓ ଅନ୍ୟାନ୍ୟ ଗଳ୍ପ ଓଡ଼ିଶାର ସମସ୍ତ ସ୍କୁଲ ପାଠାଗାରରେ ପହଂଚି ସାରିଥିବା ଭଳି ତାଙ୍କରି ସାରସ୍ୱତ ଯଶ ସୁବିଖ୍ୟାତ ହେଉ,ଏହା ହିଁ ମା ଭଣ୍ଡାର ଘରଣୀ ଙ୍କ ପାଖରେ ବିନମ୍ର ପ୍ରାର୍ଥନା । ୧୯୮୧ ମସିହାରୁ ପ୍ରକାଶ ପାଉଥିବା ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ସୀମାନ୍ତ ର ସମ୍ପାଦକ ଭାବେ ତାଙ୍କରି ବଳିଷ୍ଠ ପରିଚୟ ଅକ୍ଷୁର୍ଣ୍ଣ ରହୁ ଓ ନବରଙ୍ଗପୁର ମାଟିର ସାରସ୍ୱତ ଯାତ୍ରାକୁ ନୂତନ ଦିଶା ପ୍ରଦାନ କରନ୍ତୁ । ତାଙ୍କରି ସୃଜନ ସୁଲଭ ସରଳତା ବିଚାରଶୀଳ ବ୍ୟକ୍ତିବିଶେଷ ଙ୍କ ମନରେ ଓଡ଼ିଆ ସାହିତ୍ୟ ପ୍ରତି ଭଲପାଇବା ଭରିଦେବା ସହ ନୂତନ ପିଢ଼ିଙ୍କ ମନରେ ମାଟି ମନସ୍କତା ଆଣୁ,ଏହାହିଁ ଆମର ଆଶା ଓ ବିଶ୍ୱାସ ଆଜିର ଶୁଭ ଦିବସରେ । ଘଞ୍ଚ ବନାନୀ ଘେରା ଏହି ଦୁର୍ଗମ ସୀମାନ୍ତ ପାହାଡ଼ି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ତାଙ୍କରି ସାରସ୍ୱତ କଲମ ସଦା ଚଳଚଞ୍ଚଳ ହୋଇ ଗତିସ୍ମାନ ରହିଥାଉ । ନବରଙ୍ଗପୁର ମାଟିର ଗର୍ବଗୌରବ ହୋଇ ପ୍ରଥିତଯଶ ପ୍ରାପ୍ତ ହୁଅନ୍ତୁ । ଆକାଶବାଣୀ ଜୟପୁରର ସ୍ୱୀକୃତିପ୍ରାପ୍ତ ଗୀତିକାର ଭାବେ ୧୯୮୪ ମସିହା ରୁ ଗୀତ ରଚନା କରି ଅସଂଖ୍ୟ କଣ୍ଠଶିଳ୍ପୀଙ୍କ ପ୍ରିୟଭାଜନ ହୋଇ ନିଜ ମାଟିର ଦସ୍ତଖତ ଆପଣ ଦେଇଛନ୍ତି । ବେତାର ନାଟ୍ୟକାର ଭାବେ ଅନେକ ବେତାର ନାଟକର ସ୍ରଷ୍ଟା ଆପଣ । ଆପଣଙ୍କ ଦ୍ୱାରା ସୃଷ୍ଟ ଓ ସୃଷ୍ଟି ପାଇଁ ଆମେ ଆଜି ଗୌରବାନ୍ୱିତ । ଜୀବନବ୍ୟାପୀ ଆପଣଙ୍କ ସାରସ୍ୱତ ସାଧନା ଓ ସର୍ଜନା ଅନ୍ୟପାଇଁ ଉଦାହରଣୀୟ ,ଏଥିରେ କୌଣସି ଦ୍ବିମତ ନାହିଁ ।ନବରଙ୍ଗପୁର ଜିଲ୍ଲରୁ ରବି ନାରାୟଣ ମ୍ହନ୍ତ୍ୟ୍ ଙ୍କ ନିୟୁଜ,ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More