ଓଡିଶା ସାମ୍ବାଦିକ ସଙ୍ଘ( ଏସ ୟୁ ଜେ) ନବରଙ୍ଗପୁର ଜିଲ୍ଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

33

Get real time updates directly on you device, subscribe now.

ନବରଙ୍ଗପୁର,୨୩/୧୦(ସଂଘର୍ଷ ମିଡିଆ : – )- ଓଡିଶା ସମ୍ବାଦିକ ସଙ୍ଘ (ଏସ ୟୁ ଜେ) ନବରଙ୍ଗପୁର ଜିଲ୍ଲା ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ରାଜ୍ୟ ସଂଗଠନରେ ସମ୍ପାଦକ ପଦରେ ମନୋନୀତ ହେବା ପରେ ଜିଲା ସଭାପତି ଭାବେ ସଦାଶିବ ପ୍ରହରାଜଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ଉପସଭାପତି ବାର୍ଥ ହରିଜନ ଓ ଜଗନ୍ନାଥ ନାୟକ, ଯୁଗ୍ମ ସମ୍ପାଦକ ଆଦିତ୍ୟ ସାହୁ, ସମ୍ପାଦକ ଭାବେ ସମରେନ୍ଦ୍ର ପଟ୍ଟନାୟକ ଓ ଶେଖର ଖୁରା, କୋଷାଧ୍ୟକ୍ଷ ଭାବେ ଏଲ.ସନ୍ତୋଷ ରାଓ ଏବଂ ଆଇନ ପରାମର୍ଶ ଦାତା ଭାବେ ଜିଲ୍ଲା ଆଇନଜୀବୀ ସଙ୍ଘର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପାତ୍ରଙ୍କୁ ମନୋନୀତ କରାଯାଇଛି । ରାଜ୍ୟ ସମ୍ପାଦକ ବିଭୁତି ପ୍ରସାଦ ପଣ୍ଡା ଜିଲା ସଙ୍ଘର ଉପଦେଷ୍ଟା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ସୁଶାନ୍ତ କୁମାର ସାହୁ ଓ ଅରୁଣ କୁମାର ପଟ୍ଟନାୟକଙ୍କୁ ଚୟନ କରାଯାଇଛି । ସେହିଭଳି ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ଭାବେ ପ୍ରତିପ କୁମାର ଦାଶ, ଶ୍ରୀନିବାସ ଶତପଥୀ, ରବି ନାରାୟଣ ମହାନ୍ତି, ସୁବାସିନୀ ହରିଜନ ଓ ଲାଲୁ କର୍କରା ରହିଛନ୍ତି । ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More