ଓଡିଶା ସାମ୍ବାଦିକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ ପାଳିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲା ଶାଖା ଓଡିଶା ସାମ୍ବାଦିକ ସଙ୍ଘର ୧୧ତମ ବାର୍ଷିକ ଉତ୍ସବ ଡାବୁଗାଁ ସମ୍ବାଦିକ ମାନଙ୍କ ପ୍ରଚେଷ୍ଟାରେ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଙ୍ଘ(ଓ ଜେ ୟୁ) ଶିବ ଶଙ୍କର ତ୍ରିପାଠୀ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ,ପଞ୍ଚାୟତ ଅଧକ୍ଷା ବୀଣା ମାଝୀ, ରାଜ୍ୟ ସଧାରଣ୍ ସମ୍ପାଦକ କେ ଶ୍ରୀନିବାସ ରାଓ,ରାଜ୍ୟ ଉପଦେଷ୍ଟା ରକେଶ ଗୁପ୍ତା, ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ,ଜିଲ୍ଲା ସମ୍ପାଦକ ଜାନକି କାନ୍ତ ବିଷୋୟୀ,ସାନ୍ସଦ ପ୍ରତିନିଧି ଏମ ଆପ୍ପା ରାଓ ଓ କଙ୍ଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ ପ୍ରମୁଖ ମଞ୍ଚ ରେ ଉପବିସନ କରି ଥିବା ବେଳେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ବିଜେପି ନେତା ଜୟନ୍ତ କୁମାର ପାତ୍ର ପ୍ରମୁଖ ୧୦ ଗୋଟି ବ୍ଲକରୁ ପ୍ରତିକୁଳ ପାଗ ଥିବା ସତ୍ଵେ ବହୁ ସଙ୍ଖ୍ୟାରେ ସାମ୍ବାଦିକ ଭାଇ ଓ ଭଉଣୀ
ମାନେ ମଞ୍ଚ ସମ୍ମୁଖରେ ଉପବିସନ କରିଥିଲେ।ସାମ୍ବାଦିକ ଗଣତନ୍ତ୍ର ର ଚତୁର୍ଥ୍ ସ୍ତମ୍ଭ୍ ହୋଇ ଜନସାଧାରଣଙ୍କ ସମସ୍ୟା ଲୋକ ଲୋଚନକୁ ଆଣି ସମସ୍ୟାର ସମାଧାନ କରାଇବା ଦିଗରେ ଅଗ୍ରଣୀ ଭୁମିକା ନେଇ ବହୁ ବାଧା ବିଘ୍ନ ସହ୍ୟ କରି ଖବର ପରିବେଷଣ କରୁଛନ୍ତି।ସେଥିନେଇ ଜେତେ ଧନ୍ୟବାଦ୍ ଦେଲେ ତାହା କମ୍ ହେବବୋଲି ଲୋକପ୍ରିୟ ବିଧାୟକ ତାଙ୍କ ବକ୍ତବ୍ୟରେ ସୁଚନା ଦେଇ ଥିଲେ।ସାମ୍ବାଦିକଙ୍କ ଅସୁବିଧା ସମ୍ପର୍କରେ ବିଧାନସଭାରେ ଉପସ୍ତାପନା କରିବେ ବୋଲି କହିଥିଲେ।ଜିଲ୍ଲାପରିଷଦ ଅଧକ୍ଷ ଜିଲ୍ଲାପାଳଙ୍କୁ ଉକ୍ତ ବିଷୟରେ ଅବଗତ କାରାଇବେ ବୋଲି କହି ଥିଲେ।ଅନ୍ୟ ରାଜ୍ୟ ରେ ଜେଭଳି ସାମ୍ବାଦିକ ମାନଙ୍କୁ ରହିବା ପାଇଁ କ୍ଵାଟର,ମାସିକ ଭତ୍ତା ପ୍ରଦାନ କରୁଛନ୍ତି,ଆମ ରାଜ୍ୟରେ ତାହା ଲାଗୁ କରାଜାଉ ବୋଲି ରାଜ୍ୟ ତଥା ଜିଲ୍ଲା କର୍ମକର୍ତ୍ତା ନିମନ୍ତ୍ରିତ ଅତିଥି ମାନଙ୍କ ଆଗରେ ଉଥାପନ କରି ଥିଲେ।ଓଜେୟୁ ସଙ୍ଘ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୭ଜଣ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ସାମିଲ ହୋଇ ଥିବାରୁ ସଙ୍ଘ କର୍ମକର୍ତ୍ତା,ମୁଖ୍ୟ ଅତିଥି,ସମ୍ମନୀତ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ୍ ଓ ଉପଢଉକନ ଦେଇ ସ୍ଵାଗତ କରିଥିଲେ।ଶେଷରେ ସାମ୍ବାଦିକ ଦିବାନ୍ ସିଙ୍ଗ୍ ଧନ୍ୟବାଦ ଦେବାପରେ ସଭାପତି ସଭାସାଙ୍ଗ୍ କରି ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ପ୍ରାଇମ୍ ଓଡିଶା ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More