ଓଡିଶା ସାମ୍ବାଦିକ ସଂଘ (OJU) ପକ୍ଷରୁ ଜାତୀୟ ପ୍ରେସ ଦିବସରେ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ

18

Get real time updates directly on you device, subscribe now.

ଭୁବନଶ୍ଵର (ସଂଘର୍ଷ ମିଡିଆ) : – ଆଜି ତା ୧୬.୧୧.୨୦୨୨ ରିଖ ଜାତୀୟ ପ୍ରେସ ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂଘୀୟ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ ( OJU) ରାଜ୍ୟ କାର୍ୟକାରୀ କମିଟି ପକ୍ଷରୁୁ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ଗୁଡ଼ିକୁ ଦୂର କରିବା ନିମନ୍ତେ ୧୦ ଦଫା ଦାବୀରେ ଏକ ବିକ୍ଷୋଭ ଶୋଭାଯାତ୍ରା ଭୂବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଛକ କଂଗ୍ରେସ ଭବନ ନିକଟରୁ ଲୋୟର ପି.ଏମ.ଜି. ଛକ ପର୍ଯ୍ୟନ୍ତ କରାଯାଇଥିଲା ଏବଂ ମହାମାନ୍ୟ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ଅନ୍ୟ ମାନଙ୍କୁ ବାଦୀପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ଶୋଭାଯାତ୍ରାରେ ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ୟ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ, ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ସୁଶାନ୍ତ କୁମାର ମହାପାତ୍ର, ରମଣୀ ରଂଜନ ଦାସ, ରାଜ୍ୟ ସଂଗଠନ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ରାଜ୍ୟ ସହସମ୍ପାଦକ ବାଙ୍କ ବିହାରୀ ବିଶୋଇ, ରାଜକିଶାର ତ୍ରିପାଠୀ, ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗି ପ୍ରମୁଖଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୟୂନିୟନର ବହୁ କାର୍ଯ୍ୟକାରୀ ସଦସ୍ଯ ଯୋଗଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More