ଓଡିଶା ସାମ୍ବାଦିକ ସଂଘ କର୍ମକର୍ତ୍ତାଙ୍କ ବୌଦ୍ଧ ପାଠାଗାର ପରିଦର୍ଶନ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : -ଗତକାଲି ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ଓ ସୁବର୍ଣ୍ଣପୁର ଶାଖାର ବରିଷ୍ଠ କର୍ମକର୍ତ୍ତା ସାମ୍ବାଦିକଙ୍କ ବିଭିନ୍ନ ଦାବୀ ନେଇ ରାଜ୍ୟପାଳଙ୍କୁ ଦାବୀ ପତ୍ର ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଗସ୍ତ ବେଳେ ବୌଦ୍ଧ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପହଞ୍ଚି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମିସ ରିତାକାନ୍ତି ବଳିୟାର ସିଂଙ୍କୁ ସାକ୍ଷାତ କରିଥିଲେ ଏବଂ ନୂତନ ପାଠଗାର ପରିଦର୍ଶନ କରି ପାଠକ ମାନଙ୍କ ପାଠଗାର ପ୍ରତି ଆକୃଷ୍ଟ ହେବା ଦେଖି ବହୁତ ଖୁସି ଅନୁଭବ କରିବା ସହ ଜ଼ିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ l ବୌଦ୍ଧ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଲାଇବ୍ରେରୀଏନ ଯୁଧିଷ୍ଠିର ପ୍ରଧାନୀ ଏବଂ କର୍ମଚାରୀ ଅକ୍ଷୟ ମହାକୁଡ଼ ସୁବର୍ଣ୍ଣପୁରର ଏହି ସାମ୍ବାଦିକଙ୍କୁ ପାଠଗାର, ବରିଷ୍ଠ ନାଗରିକ କକ୍ଷ, ଶିଶୁ କକ୍ଷ, ପରିଦର୍ଶନ କରାଇବା ସହିତ ପାଠକ ମାନକ ପାଇଁ ରହିଥିବା ଉପାଦେୟ ଲାଇବ୍ରେରୀ ବହି ସବୁ ମଧ୍ୟ ତାଙ୍କ ନଜର କୁ ଆଣି ଥିଲେ l ଏବଂ ଏ ବିଭାଗ କ୍ୟାମ୍ପସ ଭିତରେ ନିର୍ମିତ ହେବାକୁ ଥିବା କନଫରେନ୍ସ ହଲ ଓ ଅତିଥି ଭବନ ବିଷୟ ରେ ସୂଚନା ଦେଇ ସାମ୍ବାଦିକଙ୍କ ଆତିଥ୍ୟ ସତ୍କାର କରିଥିଲେ l ଏହି ଟିମ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟ ଦର୍ଶୀ ପ୍ରତ୍ୟୁଷ ରଥଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରି ବ୍ଲକର ଦ୍ରୁତ ବିକାଶ କାର୍ଯ୍ୟକୁ ନେଇ ଅଧ୍ୟକ୍ଷ ଙ୍କୁ ପ୍ରଶଂସା କରିଥିଲେ l ପରେ ପରେ ଚାରିଛକ ଥାନାକୁ ପରିଦର୍ଶନ କରି ହରଭଙ୍ଗା ବ୍ଲକର ଖର ଭୂଇଁ ଗାଁ ରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଭିନ୍ନ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ l ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ନୀଳ କମଳ ମିଶ୍ର, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ, ପ୍ରମୁଖ ସାମିଲ ଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁକ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More