ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ରାଜସ୍ଵ)ଙ୍କ ସହିତ ଓଡିଶା ଅମଲା ସଙ୍ଘର ଆଲୋଚନା

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଆଜି ନବରଙ୍ଗପୁର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତା ବୃନ୍ଦ ସାକ୍ଷାତ କରି ସଂଘର ନିମ୍ନଲିଖିତ ବିଭିନ୍ନ ଦାବି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ୧. ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ଘୋଷଣା କରିବା । ୨. ରାଜସ୍ୱ ଅମଲା ଙ୍କ ପଦବୀ ପୁନର୍ଗଠନ ସମନ୍ଧେ। ୩.ଶିକ୍ଷାଗତ ଯୋଗ୍ୟତା ଅନୁଯାଇ, ଅମଲା ମାନଙ୍କ ବେତନରେ ଥିବା ଅସଂଗତିକୁ ଦୂର କରାଯାଇ କନିଷ୍ଠ ଅମଲା ମାନଙ୍କ ଦରମା ୨୦୦୮ ମସିହା ବେତନର ପୁନର୍ଗଠନ ନିୟମ ଅନୁଯାୟୀ ୫୨୦୦/ ଟଙ୍କା ରୁ ୯୩୦୦/- କୁ ବୃଦ୍ଧି କରିବା। ୪. ଶତ ପ୍ରତିଶତ ଓଡିଶା ରାଜସ୍ୱ ସେବା ପଦବୀକୁ କେବଳ ରାଜସ୍ୱ କର୍ମଚାରୀ ଙ୍କ ପାଇଁ ସଂରକ୍ଷିତ ରଖିବା। ଏହି ସାକ୍ଷାତ ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର,ଅତିରିକ୍ତ ସଚିବ ରାଜସ୍ୱ,ଅମିୟ କୁମାର ସାହୁ, ନିର୍ଦ୍ଦେଶକ ଲ୍ୟାଣ୍ଡ ରେକର୍ଡ ତୁଷାର ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଶାଖାର ଉପ ସଭାପତି ଧନୁର୍ଯୟ ମାଝୀ, ସମ୍ପାଦକ ତ୍ରିଲୋଚନ ନାୟକ, ବିଜଯ ସାହୁ,ସତ୍ୟନାରାୟଣ ସାହୁ, ଅଜୟ ସାହୁ, ଅଜୟ ନାୟକ, ନୀଳାଚଳ ମାଝି, ସୁନୀଲ ଦାସ, ଶ୍ରୀକାନ୍ତ ଶତପଥୀ ,ନୀଳକଣ୍ଠ ରାଜୁ, ଧନପତି ନାୟକ, ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ ଭକ୍ତ, ରାମଚନ୍ଦ୍ର ରଘୁ ମଣ୍ଡଳ, ସୌରଭ ଦାସ ପ୍ରମୂଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More