ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଜୁନାପାଣି ପଞ୍ଚାୟତ ସଭା ଗୃହରେ ଓଡିଶା ମିଲେଟ ମିଶନ ତରଫରୁ ଦୁଇ ଦିନିଆ ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି | ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ କ୍ଷୁଦ୍ର ଶସ୍ୟ ଖାଦ୍ୟର ଉପକାରିତା ବିଷୟରେ ବ୍ୟାପକ ଭାବେ ତାଲିମ ପ୍ରଦାନ କରଯାଇଥିଲା | ଏଥିରେ ମଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କିପରି କରାଯିବ ଓ ଏହାକୁ ଖାଇଲେ ଦେହ ସୁସ୍ଥ ଓ ନିରୋଗ ରହିବ ଏହା ଉପରେ ମହିଳା ମାନଙ୍କୁ ତାଲିମ ଦିଆଯାଇଥିଲା | ଏଥିରେ ମଣ୍ଡିଆରୁ କାକାରା ପିଠା, ପକୁଡି, ବରା, ଲଡୁ, ମିକ୍ସଚର, ଚାଓମିନ, ବିସ୍କୁଟ ଓ ପୋଡପିଠା, ସୁଆଁ ରୁ ଭାତ, ଜାଉ ଓ ଲଡୁ ଏବଂ ଗାଙ୍ଗୁ ଚାଉଳରୁ ଖିରୀ ଓ ବିରିଆନୀ ଆଦି କିପରି ତିଆରି କରାଯାଏ ସେ ଉପରେ ତାଲିମ ଦିଆଯାଇଥିଲା ଓ ଉକ୍ତ ସାମଗ୍ରୀ ଗୁଡିକ ପ୍ରସ୍ତୁତ କରି ପ୍ରଦର୍ଶିତ ହୋଇଥିଲା | ଏହି ତାଲିମ ଶିବିର ରେ ଏଫପିଓ ର ମୁଖ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ଜଏଲ, ମିଲେଟ ମିଶନର ଡାବୁଗାଁ ବ୍ଲକ ସଂଯୋଜକ ନବୀନ ମହୁରିଆ, ସହକାରୀ ବ୍ଲକ ସଂଯୋଜକ ଶସ୍ମିତା ବଳବନ୍ତରାୟ, ସିଆରପି ସୁବାସ ଭତରା, ଗୁରୁବନ୍ଧୁ ଭତରା, ମମତା ମାଳୀ ଓ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l