ଓଡିଶା ବ୍ରିଗେଡ଼ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

17

Get real time updates directly on you device, subscribe now.

ରତାପାଟ(ସଂଘର୍ଷ ମିଡିଆ) : – ରତାପାଟ ଠାରେ ଥିବା ଓଡିଶା ବ୍ରିଗେଡ଼ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବଡମ୍ବା ନରସିଂହପୁରର ବିଜେପି ନେତା ତଥା ବ୍ରିଗେଡ଼ ସ୍କୁଲର ସଭାପତି ବିଜୟ କୁମାର ଦଳ ବେହେରା,ରତାପାଟ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ଛତ୍ର, ବଡମ୍ବା ନରସିଂହପୁର ଅଞ୍ଚଳର ଅର୍ଗସ ଟିଭିରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଶ୍ରୀ ଶିବରାମ ପଣ୍ଡା, ଓଟିଭି ସାମ୍ବାଦିକ ଶ୍ରୀଯୁକ୍ତ ସର୍ବେଶ୍ୱର ସ୍ୱାଇଁ, ରତାପାଟ ସରପଂଚ ଶ୍ରୀଯୁକ୍ତ ମାଗି ବେହେରା , ପ୍ରଧାନ ଆଚାର୍ଯ୍ୟ ସରୋଜିନୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କୁଲ ର ପରିଚାଳକ ଅଭିମନ୍ୟୁ ବେହେରା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦଳବେହେରା ଉପସ୍ଥିତ ରହି ସଂଯମତା, ଚରିତ୍ରବତ୍ତା, ଲକ୍ଷ୍ୟପୂର୍ଣ୍ଣ ଆଚରଣ ଛାତ୍ରଟି ପାଖରୁ ଆଶା କରାଯାଏ ଏବଂ ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାର ଆବଶ୍ୟକତା ଅଧିକ ଥାଏ ଓ ବ୍ରିଗେଡ଼ ସ୍କୁଲ ଏହାର ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଶ୍ରୀ ଶିବରାମ ପଣ୍ଡା ଯୋଗଦେଇ କହିଛନ୍ତି ମାନବ ଜୀବନର ବହୁ ଅସୁବିଧା, ଜଟିଳ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବା କ୍ଷେତ୍ରରେ ଯେତେବେଳେ ମସ୍ତିଷ୍କର ବୌଦ୍ଧିକତାକୁ ଶାଣିତ କରିଥାଏ ସେଇଟା ହିଁ ଉତ୍ତମ ଶିକ୍ଷା ଅଟେ। ଯୁବ ସାମ୍ବାଦିକ ସର୍ବେଶ୍ୱର ସ୍ୱାଇଁ ମଧ୍ୟ ଉପସ୍ଥିତ ରହି କହିଛନ୍ତି ଶିକ୍ଷାର ଲକ୍ଷ୍ୟ ଚରିତ୍ର ଗଠନ ଓ ପବିତ୍ରତା ଓ ‘ଛାତ୍ର’ ଶବ୍ଦର ପ୍ରକୃତ ଅର୍ଥ ବ୍ରହ୍ମଚାରୀ ଏଣୁ ଆଧ୍ୟାତ୍ମିକାରର ପୃଷ୍ଠଭୂମିରେ ଶିକ୍ଷା ପର୍ଯ୍ୟବସିତ ହେବା ଉଚିତ । ଚଳିତ ବର୍ଷ ଦୁଇଟି ଛାତ୍ରୀ ଏହି ସ୍କୁଲ ରୁ ଆଦର୍ଶ ବିଦ୍ୟାଳୟ ରେ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତି ସରୋଜିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More