ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ନିଆଦିଆ) : -ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ସକାଳ ୮ଟା ସମୟରେ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ଏକ ସଚେତନା ରାଲି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ ସମ୍ମୁଖସ୍ଥ ପଡ଼ିଆରେ ପହଞ୍ଚି ଥିଲେ ।ସେଠାରେ ୧୯୯୯ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସ୍ମୃତି ଉଦେଶ୍ୟରେ ଥିବା ସ୍ମୃତି ସ୍ତମ୍ଭରେ ଅତିଥିମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଏକ ସଭା ଆୟୋଜିତ ହୋଇଥିଲା ।ଜିଲାପାଳ ପାରୁଲ ପଟାୱରୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ୧୯୯୯ମସିହା ର ମହାବାତ୍ୟା କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ପୃଥିବୀରେ ଏକ ସ୍ମରଣୀୟ ଦିବସ ହୋଇଗଲା।ଯେଉଁ ଦିନ ହଜାର ସଂଖ୍ୟାରେ ଜୀବନ ହାନି ଘଟିଥିଲା।ପ୍ରାକୃତିକ ବିପର୍ଯ୍ୟୟ ଏଭଳି କରାଳ ରୂପ ନିଏ ଏକଥା ମଣିଷ ସମାଜ ଦେଖିଥିଲା।ଆଜି ସେହି ଦିନକୁ ସ୍ମରଣ କରୁଛୁ। ସମ୍ନାନିତ ଅତିଥିଭାବେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଦୀପଦାନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ , ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ପ୍ରକଳ୍ପ ନିର୍ଦେଶକ ଡକ୍ଟର ରୁଦ୍ର ନାରାୟଣ ଦାସ, ପୌରପରିଷଦ କାଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୌରପରୋଷଦ ଅଧ୍ୟକ୍ଷ ଅର୍ଚ୍ଚନା ସିଂହ , ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ ।ସଭାର ଆରମ୍ଭରେ ୧୯୯୯ ମସିହା ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସ୍ମୃତି ଉଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିସହିତ ଏହି ସଭାରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିପର୍ଯ୍ୟୟ ସମସ୍ୟାର ସାମ୍ନା କିପରି କରିବେ ତାଉପରେ ବିଭିନ୍ନ ଶିକ୍ଷା ଦିଆଯାଇଥିଲା।ସନ୍ଧ୍ୟାରେ ସ୍ମୃତି ସ୍ତମ୍ଭ ନିକଟରେ ଦୀପଦାନ କରାଯାଇଥିଲା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More