ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କ ମିଳିତ ସହଯୋଗରେ ପାଳିତ ହେଲା ରଜ ପର୍ବ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସାରା ରାଜ୍ୟ ତଥା ଓଡ଼ିଶା ବାହାରେ ରହୁଥିବା ଓଡିଆମାନେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଓଡ଼ିଆମାନଙ୍କ ମହାନ ପର୍ବ–ରଜ ପର୍ବ ପାଳନ କରି ଆମେ ଓଡ଼ିଆ ବୋଲି ଗର୍ବ କରିଥାଆନ୍ତି l ସେହିପରି ୟୁରୋପ ଡେନମାର୍କ ଦେଶର କୋପେନହେଗେନ ଠାରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ମିଳିତ ସହଯୋଗରେ ପାଳନ କରାଯାଇଛି ଓଡ଼ିଆ ମାନଙ୍କ ମହାନ ପର୍ବ ରଜ ପର୍ବ l ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ଏହା ଏକ ଅଭିନବ ପ୍ରୟାସ l ଶେଷରେ ସମସ୍ତ ଓଡିଆ ମିଳିମିଶି ଓଡ଼ିଆ ଘରର ପିଠା ଓ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟ ଭୋଜନ କରିଥିଲେ lବିଭିନ୍ନ ଖେଳ ସହିତ ରଜ ପାନ ଖାଇ ରଜ ଗୀତର ମଜା ନେଇ ମନଭରି ଉପଭୋଗ କରିଥିଲେ l ରଜ ଦୋଳି ଖେଳି ରଜ ପର୍ବ ର ମଜା ଉଠାଇ ଥିଲେ lଶେଷରେ ଓଡ଼ିଶାର ବଡ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଜ ପର୍ବ ପାଳନ କରି ମନ ଖୁସି କରିଥିଲେ l
ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More