ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ସୁବର୍ଣ୍ଣପୁରର ଝିଅ ପାୟଲ ବାଗ , ଜ଼ିଲ୍ଲା ପାଇଁ ଆଣିଲେ ଗୌରବ

17

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ) : -ସୁବର୍ଣ୍ଣପୁର ସହର ର ଟିକ୍ରୀପଡା ବାସିନ୍ଦା ତଥା ସର୍ବ ପୁରାତନ ସୋନପୁର କଲେଜର ମୁଖ୍ୟ କିରାଣୀ ପ୍ରମୋଦ ବାଗ ଓ ସୁ -ଗୃହିଣୀ ସସ୍ମିତା ବାଗଙ୍କ ଝିଅ ପାୟଲ ବାଗ ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୦ରେ 257 ନମ୍ବର ରାଙ୍କ ଉତ୍ତୀର୍ଣ୍ଣ ହୋଇ ଏହି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି l ସୁଶ୍ରୀ ପାୟଲ ସେଣ୍ଟ ଆନି କନଭେଣ୍ଟ ସ୍କୁଲ ସୋନପୁରରେ ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ +2 ବିଜ୍ଞାନ ସୋନପୁର କଲେଜ, କଳାହାଣ୍ଡି ସରକାରୀ କଲେଜରେ ମେକାନିକାଲ ଇଞ୍ଜିନିଅରିଙ୍ଗ ଅଧ୍ୟୟନ ପରେ ସି ଟି ଟି ସି ଭୁବନେଶ୍ୱରରେ କିଛି ବର୍ଷ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିଲେ ଓ ୨୦୧୭ ରେ ଭୁବନେଶ୍ୱରରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ସେ ଦ୍ବିତୀୟ ଥର ପରୀକ୍ଷାରେ ଏହି କୃତିତ୍ବ ହାସଲ କରିଛନ୍ତି । ଏବଂ ଏହି ସଫଳତାର ଶ୍ରେୟ ସେ ନିଜର ସମସ୍ତ ସ୍କୁଲ କଲେଜ ଟିଚର ଓ ପିତାମାତା,ମାମୁଁ ,ମଉସା ମାଉସୀ ଓ ପ୍ରେରଣା ଦାତା ସହର ର ସମସ୍ତ ମିଡ଼ିଆ, ବୁଦ୍ଧିଜୀବୀଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାରେ ସୋନପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଗତ କାଲି ଠାରୁ ସୁଶ୍ରୀ ପାୟଲଙ୍କ ପରିବାରର ଅଗଣିତ ଶୁଭେଛୁ , ଓଏଏସ ପାୟଲ ଓ ତାଙ୍କର ପିତା ମାତା ଙ୍କୁ ଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More