ଓଡିଶା ପ୍ରଶାସନିକ ପରୀକ୍ଷାରେ ୩୬ ରେଙ୍କରେ ଉତ୍ତିର୍ଣ୍ଣ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ବର୍ଷା ସୁଭଦର୍ଶିନୀ ପୁଝାହାରୀ

17

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ଓଡିଶା ପ୍ରଶାସନିକ ପରୀକ୍ଷାରେ 36 ନମ୍ବର ରେଙ୍କରେ ଉତ୍ତିର୍ଣ୍ଣ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବର୍ଷା ସୁଭଦର୍ଶିନୀ ପୁଝାହାରୀ । ଦ୍ବିତୀୟ ଥର ଓଏଏସ ପରିକ୍ଷା ଦେଇ ସେ ସଫଳ ହୋଇଛନ୍ତି । ତାଙ୍କ ସଫଳତାରେ ପରିବାରରେ ଖୁସୀର ଲହରୀ ଖେଳି ଯାଇଛି । ତେବେ ଭବିଷ୍ୟତରେ ଆଇଏଏସ ହେବାର ଲକ୍ଷ ରଖିଛନ୍ତି ବର୍ଷା । ସେବା କରିବାକୁ ତାଙ୍କର ଇଚ୍ଛା ଥିଲା ସେହି ଇଚ୍ଛାକୁ ଭଗବାନ ପୁରଣ କରିଛନ୍ତି ବୋଲି କହିଛନ୍ତି ।ନିଜର ସଫଳତା ପାଇଁ ସେ ପ୍ରଥମେ ଭଗବାନଙ୍କୁ ଓ ବାପା ମାଁଙ୍କୁ ଶ୍ରେୟ ଦେଇଛନ୍ତି । 2020 ମସିହାରୁ ବର୍ଷା ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଦ୍ବିତୀୟ ଥର କୃତକାର୍ଯ୍ୟ ହୋଇଛନ୍ତି । ତରଭା ସରସ୍ବତୀ ଶିଶୁ ମନ୍ଦିରରେ ମ୍ୟାଟ୍ରିକ ପାସ କରିବା ପରେ ସମ୍ବଲପୁର ନିଉଟନ କଲେଜରେ ଯୁକ୍ତ ଦୁଇ ଓ ଭୁବନେଶ୍ବର ଓୟୁଏଟିରେ ଗ୍ରାଜୁଏସନ ପାସ କରିଥିଲେ । ବର୍ଷାଙ୍କ ପରିବାର ବର୍ତ୍ତମାନ ସଦର ବ୍ଲକ ବାଇଗନଜୁରୀରେ ରହୁଥିବା ବେଳେ ବିନିକା ବ୍ଲକ ସଂସାମୁରା ଗାଁର ମୁଳ ବାସିନ୍ଦା ଅଟନ୍ତି ।ତେବେ ଦୁଇ ବର୍ଷ ହେଲା ଅକ୍ଲାନ୍ତ ପରିଶ୍ରମ କରି ସେ ଆଜି ଏ ସଫଳତା ପାଇଛନ୍ତି ବୋଲି କହିଛନ୍ତି । ତେବେ ବର୍ଷାଙ୍କ ଏହି ସଫଳତା ଯୋଗୁଁ ବାପା ମା ବେଶ ଖୁସୀ ଥିବା ବେଳେ ଅଂଚଳବାସୀଙ୍କ ମଧ୍ୟ ବେଶ୍ ଖୁସୀ ଥିବା ଦେଖାଯାଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More