ଓଡିଶା ପରିବହନ ବିଭାଗର ଅଜବ ନୀତି, ନବରଙ୍ଗପୁର ମଟର ଚାଳକଙ୍କ ଚାଲାଣ କଟିଲା ବଲାଙ୍ଗୀରରେ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): –ନବରଙ୍ଗପୁର ଜିଲ୍ଲାରେ ରହୁଥିବା ଜଣେ ମଟର ଚାଳକ, ସେ ପୁଣି ପେଶାରେ ଜଣେ ସରକାରୀ ଶିକ୍ଷକ, ତାଙ୍କର ଚାଲାଣ କଟିଛି ବଲାଙ୍ଗୀରରେ |ଯାହାକୁ ନେଇ ଶିକ୍ଷକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି |ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଡୀଙ୍ଗା ଗ୍ରାମ ନିବାସୀ ନିରଞ୍ଜନ ଧଳ ସହିତ |ନିରଞ୍ଜନ ଧଳ ଡ଼ଙ୍ଗରା ସ୍କୁଲରେ ଦୀର୍ଘ ବର୍ଷ ହେବ ଶିକ୍ଷକତା କରିଆସୁଛନ୍ତି | ସେ ବୁଲାବୁଲି କରିବା ପାଇଁ 2015ମସିହାରେ ନବରଙ୍ଗପୁର ସ୍ଥିତ ହିରୋ ସୋରୁମକୁ ଯାଇ ନୀଳ ରଙ୍ଗର ଏକ ସ୍କୁଟି କିଣି ଆଣିଥିଲେ |ଯାହାର ଗାଡି ନମ୍ବର ହେଉଛି OD 24 A 8407 | ନିରଞ୍ଜନଙ୍କ କହିବା ପ୍ରକାରେ ସେ ନବରଙ୍ଗପୁର ଜିଲ୍ଲା ବାହାରେ ସ୍କୁଟି ନେଇ କେବେ ହେଲେ ଯାଇନାହାନ୍ତି |ପୁଣି ସାତ/ଆଠ ମାସ ହେବ ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଟିଏ ମଧ୍ୟ ଭାଙ୍ଗିଯାଇଛି | ଆଉ ଦୁର୍ଘଟଣା ପରଠୁ ସେ ସ୍କୁଟି କୁ ଘରୁ ପଦାକୁ ମଧ୍ୟ କାଢ଼ିନାହାନ୍ତି | ହେଲେ ଚଳିତ ମାସର 1ତାରିଖରେ ନିରଞ୍ଜନଙ୍କ ମୋବାଇଲକୁ ଏକ ମେସେଜ ଆସିଛି କି ତୁମ ସ୍କୁଟିର (OD 24 A 8407)6000ଟଙ୍କା ଚାଲାଣ କଟିଛି | ଭେଲିଡ଼ DL ନଥିବା ଯୋଗୁଁ 5000ଟଙ୍କା ଓ ହେଲମେଟ ନ ପିନ୍ଧିଥିବା ଯୋଗୁଁ 1000ଟଙ୍କା | ସ୍କୁଟି ଘରେ ପଡିଛି, ସ୍କୁଟି ଚାଳକ ଘରେ ଅଛନ୍ତି, ତେବେ ବଲାଙ୍ଗୀର ଆର ଟି ଓ ଚାଲାଣ କାଟିଲା କେମିତି? ଗାଡିର ସମସ୍ତ ଦସ୍ତାବିଜ ମଧ୍ୟ ନିରଞ୍ଜନ ସାଇତି କି ରଖିଛନ୍ତି |ତେଣୁ ଓଡ଼ିଶା ପରିବହନ ବିଭାଗ ଏହାର ଉଚିତ ତଦନ୍ତ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More