ନରସିଂହପୁର(ସଂଘର୍ଷ ମିଡିଆ ) : କରୋନା ମହାମାରୀ ସାରା ବିଶ୍ୱକୁ ହନ୍ତସନ୍ତ କରୁଥିବା ବେଳେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନର ଘୋଷଣା କରିଥିବା ଯୋଗୁଁ କଟକ ଜିଲ୍ଲା ନରସିଂହପୁର ବ୍ଲକରେ ମଧ୍ୟ ତାହାର ପ୍ରଭାବ ରହିଛି। ଏଥିପାଇଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଏଭଳି ଏକ ଦୁର୍ଦ୍ଦିନରେ କିଛି ଭୋକିଲା ଓ ନିଃସହାୟ ଙ୍କୁ ଖାଦ୍ୟ ଯୋଗାଇଦେବା ତଥା ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବାକୁ ଆଗେଇ ଆସିଛନ୍ତି ଓଡିଶା ଡ୍ରାଇଭର ମହାସଙ୍ଘ ନରସିଂହପୁର ଶାଖାର କର୍ମକର୍ତ୍ତା।ନରସିଂହପୁର ପଞ୍ଚମୁହିଁ ଛକ ଓ ବାଗଧରିଆ ଛକ ଠାରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସେମାନେ ବାଣ୍ଟିଚାଲିଛନ୍ତି ଶୁଖିଲା ଖାଦ୍ୟ,ମାସ୍କ ଓ ସାନିଟାଇଜର।ଓଡ଼ିଶା ଡ୍ରାଇଭର ମହାସଙ୍ଘ ଲୋକମାନଙ୍କୁ କେବଳ ଶୁଖିଲା ଖାଦ୍ୟ,ମାସ୍କ କିମ୍ବା ସାନିଟାଇଜର ବଣ୍ଟନରେ ସୀମିତ ନରହି ଲୋକମାନଙ୍କୁ ସଚେତନ କରିବା ସହିତ ଆଗକୁ ଓଡ଼ିଶାର ଲୋକମାନଙ୍କ ପାଇଁ ଅନେକ କିଛି କରିବାର ଲକ୍ଷ୍ୟ ରଖିଛି।ସବୁଠାରୁ ବଡ଼କଥା ହେଲା ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିବା ବେଳେ ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିନଥିଲେ ମଧ୍ୟ ଡ୍ରାଇଭର ମହାସଙ୍ଘ ସେମାନଙ୍କ କାର୍ଯ୍ୟ ଜାରି ରଖିବେ କ୍ଷୋଭ ଓ ଅଭିମାନର ସହ କହିଛନ୍ତି ମହାସଂଘର ସଭାପତି।ଲୋକମାନେ ଘରେ ରହି ନିଜ ପରିବାର ସହିତ ସମୟ କାଟୁଥିବା ବେଳେ ଡ୍ରାଇଭର ମାନେ ନିଜେ ବିପଦରେ ରହି ମଧ୍ୟ ଲୋକମାନେ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ କୁ ବିଭିନ୍ନ ସ୍ଥାନରେ ପହଂଚାଇଥାନ୍ତି।ସତରେ ସେମାନଙ୍କର କାର୍ଯ୍ୟଶୈଳୀ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ।
Get real time updates directly on you device, subscribe now.
Prev Post
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଗତସିଂହପୁର ଓ ପାରାଦ୍ୱୀପ ଠାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ
Next Post