ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

32

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ସମଗ୍ର ଜିଲ୍ଲାରୁ ଶତାଧିକ ଡ୍ରାଇଭର ବନ୍ଧୁମାନେ 11ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଆଜିର ସମୟରେ ଜଣେ ଡ୍ରାଇଭର କେତେ ଆବଶ୍ୟକ ଅଛି ତାହା ସମସ୍ତେ ଜାଣନ୍ତି । ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ଓ ଅଳିଆଗଦା ଗାଡି ପର୍ଯ୍ୟନ୍ତ ପ୍ରତ୍ୟକ ଜାଗାରେ ଡ୍ରାଇଭରର କେତେ ଆବଶ୍ୟକତା ଅଛି । କିନ୍ତୁ ଡ୍ରାଇଭର ଭାଇମାନେ ଏତେ ଅବ୍ୟବସ୍ଥାରେ ଥାଇ ମଧ୍ୟ ନିଜ କାମକୁ ସୁଚାର ରୂପେ ତୁଲାଉଛନ୍ତି । ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ସାରା ଯୋଜନା କରୁଥିବା ବେଳେ ଡ୍ରାଇଭର ମାନଙ୍କ ସୁରକ୍ଷା ପ୍ରତି କାହିଁକି ନଜର ଦେଉନାହାନ୍ତି ତାହା ଆଲୋଚନାର ବିଷୟ ପାଲଟିଛି । ଆଜି ରାଜ୍ୟର 30 ଗୋଟି ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଏଗାର ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି । ମୁଖ୍ୟତଃ ଡ୍ରାଇଭର ମାନଙ୍କ ସୁରକ୍ଷାକୁ ନଜରରେ ରଖି ସେମାନଙ୍କ ବୀମା କରାଯାଉ ଯେମିତି ଜଣେ ଡ୍ରାଇଭର ମୃତ୍ୟୁ ବରଣ କଲେ ତାର ପରିବାର କ୍ଷତି ପୂରଣ ପାଇପାରିବ। ଅନ୍ୟ ପଟେ ବୟସ ଅନୁପାତରେ ଜଣେ 60 ବର୍ଷରୁ ଉର୍ଦ୍ଧ ଡ୍ରାଇଭରର ପେନସନ ବ୍ୟବସ୍ତା କରାଯାଉ.ଗାଡି ଦୁର୍ଘଟଣା ବେଳେ ପୋଲିସ ଓ ସାଧାରଣ ଲୋକଙ୍କ ପାଖରୁ ବିନା ଦୋଷରେ ଗାଳି ମାଡ ଖାଇବାକୁ ପଡିଥାଏ । ତେଣୁ ଏହାକୁ ନଜରରେ ରଖି ସରକାର ବିହିତ ପଦକ୍ଷେପ ନେଲେ ଡ୍ରାଇଭର ସଂଘ ଉପକୃତ ହୋଇପାରିବ। ଏହିପରିପେକ୍ଷିରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡ୍ରାଇଭର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏଗାର ଦଫା ଦାବି ପତ୍ର ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More