ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖାର ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଆରମ୍ଭ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ରାଜ୍ୟ ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟ|ଳୟ ସମ୍ମୁଖରେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି | ଏନେଇ ଡାବୁଗାଁ ଶାଖା ତରଫରୁ ଡାବୁଗାଁ ଥାନାରେ ଲିଖିତ ଭାବେ ମଙ୍ଗଳବାର ଜଣାଇ ଦିଆଯାଇଥିଲା | ଓଡିଶା ଡ୍ରାଇଭର ମହାସଂଘ ଚଳିତ ମାସ ୧୮ ତାରିଖରେ ୧୦ ଦଫା ଦାବୀ ନେଇ ଭୁବନେଶ୍ଵର ଠାରେ ଶୋଭାଯାତ୍ରା କରିବାସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁଁ ତେବେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଆମ୍ଭ ମାନଙ୍କ ସହିତ ଆଲୋଚନା କରି ୩ ମାସର ସମୟ ନେଇଛନ୍ତି | ତେଵେ ମହାସଂଘ ନିଷ୍ପତି ଅନୁସାରେ ସମସ୍ତ ଜିଲ୍ଲାର ଡ୍ରାଇଭର ଭାଇମାନେ ୨୦.୦୪.୨୦୨୨ ଠାରୁ ଦାବୀ ପୁରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଷ୍ଟେରିଂ ଛାଡ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି | ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟର ସମସ୍ତ ପରିବହନ ଗାଡି ମୋଟରକୁ ବନ୍ଦ କରିବା ସହ ଆନ୍ଦୋଳନ କରାଯିବ | ତେବେ ଏଥିରୁ ଦୁଗଧଜାତ ଦ୍ରବ୍ୟ, ପନିପରିବା, ଔଷଧ ଓ ଫଳମୂଳ ଭଳି ଲୋକଙ୍କ ଜରୁରୀ ଜିନିଷ ନେବା ଆଣିବା କରୁଥିବା ଗାଡି ଗୁଡିକୁ ବାଦ୍ ଦିଆଯାଇଛି | ସେହିପରି ପୋଲିସ, ଅଗ୍ନୀସେବା ଓ ଆମ୍ବୁଲାନ୍ସ ଗାଡି ସମେତ ବିବାହ ଓ ଅନ୍ତେଷ୍ଟି କ୍ରୀୟାରେ ସାମିଲ ରହିଥିବା ଯାନବାହାନ ସ୍ଵାଭାବିକ ଭାବରେ ଯାତାୟତ କରିବାକୁ ସଂଘ ତରଫରୁ ନିସ୍ପତି କରାଯାଇଛି | ତେଣୁ କୋଇଲା, ଲୁହାପଥର ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଓଡିଶା ରାଜ୍ୟର ସମସ୍ତ ଭାରିଯାନ ବନ୍ଦ କରିବାସହ ଶାନ୍ତିପୂର୍ଣ୍ଣ ଭାବେ ଅନ୍ଦୋଳନ ଆନ୍ଦୋଳନ ଜାରି ରହିଛି | ଏହି ଆନ୍ଦୋଳନରେ ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ବ୍ଲକ ଶାଖା ସଭାପତି ସନ୍ତୋଷ କୁମାର ଭତ୍ରା, ଉପସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ଅମୀର ଅଲ୍ଲୀ ଖାନ, ଯୁଗ୍ମ ସମ୍ପାଦକ ବିଶ୍ଵଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଡମ୍ବରୁ ନାୟକ, ପ୍ରଶାନ୍ତ ଭତ୍ରା, ନରେନ୍ଦ୍ର ପୂଜାରୀ, ରାମଚନ୍ଦ୍ର ହରିଜନ, ଦୟାବାନ ଭତ୍ରା, ମାଙ୍କୁ ଗୌଡ ଧନେଶ୍ଵର ନାୟକ, ଗୋବିନ୍ଦ ଗୌଡ, ମାଣିକଚନ୍ଦ ମାଝି ଓ ବ୍ଲକର ୫୦ ରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ସାମିଲ ହୋଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More