ଓଡିଶା ଡ୍ରାଇଭର ମହାସଂଘର ନୂତନ କର୍ମକର୍ତ୍ତା ମନୋନୀତ

18

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ରାଇରଙ୍ଗପୁର ସହରସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା କୁଡୁମୀ ଭବନ ଠାରେ ଓଡିଶା ଡ୍ରାଇଭର ମହାସଂଘ ,ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ନୂତନ ବ୍ଲକ କମିଟୀର କର୍ମକର୍ତ୍ତା ମନୋନୀତ କରାଯାଇଛି | ଏଥିରେ ସଭାପତି ରୂପେ ଅମୂଲ୍ୟ କୁମାର ମହାନ୍ତି, ଉପସଭାପତି ରୂପେ ପିଣ୍ଟୁ ସର୍ଦ୍ଦାର, ସଂପାଦକ ରୂପେ ଅଶ୍ବିନୀ କୁମାର ମହାନ୍ତ, ସହ-ସଂପାଦକ ଭାବେ ପବନ କୁମାର ଗୋପାଲ, କୋଷାଧକ୍ଷ ରୂପେ ଶଙ୍କର ଗିରି ଓ ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ମହାନ୍ତ ଙ୍କୁ ଚୟନ କରାଯାଇଥିଲା | ଉକ୍ତ ବୈଠକରେ ଓଡିଶା ଡ୍ରାଇଭର ମହାସଂଘ ମୟୂରଭଞ୍ଜ ଜିଲ୍ଲା ସଭାପତି ବିଜୟ କୁମାର ଦାଶ,ସହ-ସଂପାଦକ ଯତିନ୍ଦ୍ରନାଥ ମହାନ୍ତ,କୋଷାଧକ୍ଷ ରାଜକ୍ରିଷ୍ଣା ମହାକୁଡ ସହ ଶୁକୃଳି ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ବ୍ଲକ କୋଷାଧକ୍ଷ ସତ୍ୟରଂଜନ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ବୈଠକରେ ସଂଘ ତରଫରୁ ସମସ୍ତ ଡ୍ରାଇଭର ଭାଇମାନଙ୍କୁ ଉପଦେଶ ଦେଇ କୁହାଯାଇଥିଲା ଯେ ଡ୍ରାଇଭର ଭାଇମାନେ ନିଶା ଠାରୁ ଦୂରରେ ରହୁନ୍ତୁ ଅନ୍ୟତା ଯେଉଁ ଯାତ୍ରୀଗଣ ତାଙ୍କ ଗାଡିରେ ବସିଥିବେ, ତାଙ୍କର ଜୀବନ ବିପଦପୂର୍ଣ୍ଣ ହେବା ସହ ନିଜ ଜୀବନ ଦୁଃବିସହ ହୋଇପଡିବ | ତଥା ସେମାନଙ୍କ ମଧ୍ୟରେ ନାନାଦି ସମସ୍ୟା ଓ ତାହାର ନିରାକରଣ ସଂପର୍କରେ ଆଲୋଚିତ ହୋଇଥିଲା | ଏଥିରେ ଓଡିଶା ଡ୍ରାଇଭର ମହାସଂଘ ,ରାଇରଙ୍ଗପୁର ଶାଖାର ବ୍ଲକ ଓ ମ୍ୟୁନିସିପାଲିଟି ର ସମସ୍ତ ସଦସ୍ୟଗଣ ଯୋଗଦାନ କରିଥିଲେ | ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More