ଓଡିଶା ଓ ସଫଳ ପୋର୍ଟାଲରେ ପଞ୍ଜିକରଣ ନିମନ୍ତେ ବିଡ଼ିଓଙ୍କୁ ଜନସୁରକ୍ଷ୍ୟା ମଞ୍ଚର ଦାବିପତ୍ର ପ୍ରଦାନ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକରି ଆସୁଥିବା ଜନ ସଂଗଠନ ମହିଳା ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର ତରଫରୁ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ଓ ଆତ୍ମଶକ୍ତି ଟ୍ରଷ୍ଟ ଦିଗଦର୍ଶନରେ ତେନ୍ତୁଳୀଖୁଣ୍ଟି ବ୍ଲକର ଲମତାଗୁଡା, ଦିଗି, ତେନ୍ତୁଳୀଖୁଣ୍ଟି, ମଞ୍ଚାଗାଁ ଓ ଦେଓପାଲି ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କୃଷକ ଓଡିଶା ଓ ସଫଲ ପୋର୍ଟାଲ ରେ କୃଷକ ମାନଙ୍କର ପଞ୍ଜିକରଣ କୁ ନେଇ ଏକ ସର୍ଭେ କରାଯାଇଥିଲା। ପ୍ରତି ଗ୍ରାମରେ ଅଟିକମ୍ ରେ ୧୦୦ ଜଣ ଚାଷୀଙ୍କୁ ନେଇ ସର୍ଭେ କରାଯାଇଥିଲା, କିନ୍ତୁ ୧୦୦ ଜଣଙ୍କ ମଧ୍ୟରୁ ୮୦ ଜଣ ଚାଷୀ ଏପର୍ଯ୍ୟନ୍ତ ପଞ୍ଜିକରଣ କରିପାରିନଥିବା ଜଣାଯାଇଛି। ତେଣୁ କୃଷକ ମାନେ ମଧ୍ୟବିତ୍ତ କ୍ଷୁଦ୍ର ଚାଷୀ ହେଇଥିବା ସକାଶୁ କୃଷି ସମ୍ପକିତ ସୁବିଧା ସୁଯୋଗ ରୁ ବଞ୍ଚିତ ହେବା ସଙ୍ଗେ ଚାଷୀର ଆର୍ଥିକ ଉନ୍ନତି ହୋଇ ପାରୁ ନାହିଁ ଏବଂ ସରକାରଙ୍କ କୌଣସି ଯୋଜନା ରେ ସାମିଲ ହୋଇ ପାରୁନାହାନ୍ତି |ତେଣୁ ମଞ୍ଚ ତରଫରୁ ବିଭିନ୍ନ ଗ୍ରାମର ଅଗ୍ରଣୀ ଚାଷୀ ଙ୍କ ମାଧ୍ୟମରେ ବ୍ଲକ ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ ଙ୍କ ଜରିଆରେ ସରକାରଙ୍କ ପାଖରେ ଲିଖିତ ଦାବିଗୁଡିକ ଉପସ୍ଥାପନ କରୀଥିଲେ -କୃଷକ ଓଡିଶା ପୋର୍ଟାଲ ପଞ୍ଜିକରଣ ର ସମୟ ସୀମା ଡିସେମ୍ବର ୩୧ ପରିବର୍ତ୍ତେ ୩୧ମାର୍ଚ୍ଚ,୨୦୨୩, ରିଖ ପର୍ଯ୍ୟନ୍ତ ବଢେଇବା।-ଚାଷୀ ଭାଇଁ ମାନେ କୃଷକ ଓଡିଶା ପୋର୍ଟାଲ ବିଷୟରେ ଜାଣିନାହାନ୍ତି, ସରକାର ଏହାର ପ୍ରଚାର ପ୍ରସାର କରିବା ସହିତ ପ୍ରତ୍ୟେକ ଗାଁ ଗଣ୍ଡାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରବା।,ଯେଉଁଠି ନେଟୱାର୍କ ର ସମସ୍ୟା ରହିଛି ସେଇଠି କେମିତି ଚାଷୀ ମାନେ ସହଜରେ ନାମ ପଞ୍ଜିକରଣ କରିପାରିବେ, ଏହାର ସୁବ୍ୟବସ୍ଥା କରିବା ସହିତ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା ବିଷୟ କୁ ନେଇ ଦାବିପତ୍ର ପ୍ରଦାନ କରାଗଲା ଏବଂ ଗୋଟିଏ ଗ୍ରହଣ କପି ସହକାରୀ କୃଷି ଅଧିକାରୀ ତେନ୍ତୁଳୀଖୁଣ୍ଟି, ଙ୍କୁ ମଧ୍ୟ ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଅଗ୍ରଣୀ ଚାଷୀ -ରାଜୁ ମୁଦୁଲି, ବାସୁ ଅମାନତ୍ୟ,ସମ୍ବାରୁ ଅମାନତ୍ୟ, କଣ୍ଟ ଜାନୀ, କୃପାସିନ୍ଧୁ କର୍କରା, ବନମାଳୀ ଯାନୀ, ସବିଧାର ଜାନୀ, ବେସୁ ଜାନୀ, ଜଗନ୍ନାଥ ହରିଜନ ଏବଂ ସଂଗଠନ ର କର୍ମୀ ଦିଲ୍ଲୀପ କୁମାର ଛତ୍ରିଆ, ଅନିଲ ଖୁରା, ମଞ୍ଜୁ ଖରା, ଜୋସନା ଛତ୍ରିଆ ପ୍ରମ୍ମଖ ଉପସ୍ଥିତ ଥିଲେ |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More