ଓଡିଶା ଇତିହାସରେ ପ୍ରଥମ ଘଟଣା, ମଦ ଦୋକାନ ଖୋଲିବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

19

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ମଦ ଦୋକାନ ଖୋଲିବାକୁ ସବୁଆଡେ ଲୋକମାନେ ବିରୋଧ କରୁଥିବା ବେଳେ ଭଦ୍ରକ ଧାମନଗରରେ ନୂତନ ଠିପି ଖୋଲା ମଦଦୋକାନ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ପତ୍ର ପ୍ରଦାନ କରିବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା । ସ୍ଥାନୀୟ ବାସିନ୍ଦା କହନ୍ତି ଦୀର୍ଘ ବର୍ଷ ବର୍ଷ ଧରି ଧାମନଗର ବଜାର ମଧ୍ୟରେ ଏକ ଠିପି ଖୋଲା ମଦ ଦୋକାନ ଥିବାବେଳେ, ଅନେକ ସମସ୍ୟା ସୃଷ୍ଟି ହେବା ସହ, ସାଧାରଣରେ ଲୋକମାନେ ଯିବାଆସିବା ମଧ୍ଯ କଷ୍ଟ କର ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା .ଯାହା ଦ୍ୱାରା ବଜାର ପରିସରରେ ମଦଦୋକାନ ଥିବା ଯୋଗୁଁ ସ୍କୁଲ ଓ କଲେଜ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡିଛି. ଯାହାକୁ ନେଇ ଦୀର୍ଘ ବର୍ଷ ବର୍ଷ ଧରି ଧାମନଗର ବଜାର ପରିସରରୁ ମଦ ଦୋକାନ ଉଠାଇ ଦେବା ପାଇଁ ଦାବୀ ହୋଇଛି । ଏ ନେଇ ବଜାର ପରିସର ରୁ ମଦ ଦୋକାନ ସମ୍ପୂର୍ଣ ବନ୍ଦ କରାଯାଇ, ଜନବସତି ଠାରୁ ଦୂରରେ ଏକ ନୂତନ ମଦ ଦୋକାନ ଖୋଲିବାକୁ ନେଇ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଧାମନଗର ଚୁଡାକୁଟି ଅଞ୍ଚଳ ରେ ଜନବସତି ଦୂରରେ ନୂତନ ଠିପି ଖୋଲାମଦ ଦୋକାନ ଖୋଲିବା ପାଇଁ ସ୍ଥିର ହୋଇଥିବା ବେଳେ, ଏ ନେଇ ସ୍ଥାନୀୟ ଲୋକେ ସମର୍ଥନ ଜଣାଇ, ଚୁଡାକୁଟି ଅଞ୍ଚଳରେ ମଦଦୋକାନ ଖୋଲା ହେଲେ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି । ତେବେ ଧାମନଗର ବଜାର ପରିସରରେ ଥିବା ମଦ ଦୋକାନକୁ ତୁରନ୍ତ ବନ୍ଦ କରା ନ ଗଲେ, ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପକ୍ଷରେ ମଦ ଦୋକାନ ଖୋଲିବା ଓ ବନ୍ଦ କରିବା ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ଯରେ ମୁହଁIମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ଦେଖିବାକୁ ବାକି ରହିଲା ସରକାର କି ପଦକ୍ଷେପ ନେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More