ଓଡିଶା ଆଶା ସାଥି ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ନ୍ୟୁଜ୍) : ଓଡିଶା ଆଶା ସାଥି ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ୮ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ଓଡିଶା ଆଶା ସାଥି ସଂଘ କର୍ମୀମାନେ । ଏହି ସବୁ ଦାବିରେ ରହିଛି ଯେ,ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ କରାଯାଉ । ଆଶା ସାଥୀମାନଙ୍କର ୟୁନିଫର୍ମ ଲାଗୁ କରାଯାଉ । ଆଶା ସାଥୀମାନଙ୍କୁ କାର୍ଯ୍ୟ ଦକ୍ଷତା କରିବାପାଇଁ ଟ୍ରେନିଂ ଦିଆଯାଉ । ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ଇନସୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଉ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରାଯାଉ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଚିକିତ୍ସା ବିମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରାଯାଉ । ଏବଂ ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦାବି ପତ୍ରରେ ଜଣାଇଥିଲେ । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More