କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ କେନ୍ଦ୍ରାପଡା ଗରାପୁର ଡାକବଙ୍ଗଳା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୪ ଦଫା ଦାବି ଉପସ୍ଥାପନ କରିଛି ସଂଘ ।ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିଷ୍ପତି କୁ ସ୍ଥଗିତ ରଖାଯାଉ ।ପ୍ରାୟ ୮ହଜାରରୁ ୧୦ ହଜାର ବେଆଇନ ଭାବେ ଚାଲୁଥିବା ବିନା ସ୍ବୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ତୁରନ୍ତ ବନ୍ଦ କରାଯାଉ । ଜିଲ୍ଲା ସ୍ତରରେ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସେଥିରେ ବିଧାୟକ,ସାଂସଦ, ଓ ଶିକ୍ଷାବିତଙ୍କୁ କମିଟି ରେ ନିଆଯାଉ ।ଓ ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଠ ଶିକ୍ଷାବିତ ,ବିଶେଷଜ୍ଞ ଓ ଅଭିଭାବକ ଙ୍କୁ ନେଇ ପରାମର୍ଶ ସଭା ଆୟୋଜନ କରାଯାଉ ।ଏହି ୪ଟି ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ରାପଡାରୁ ସୁନୀଲ ମହାପାତ୍ରଙ୍କ ସହ ବଳରାମ ବେହେରାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।