କଳାହାଣ୍ଡି(ସଂଘର୍ଷ ମିଡିଆ ) – କଳାହାଣ୍ଡି ଜିଲ୍ଲା-ଭବାନୀପାଟଣା ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ ଶତାୟୁ କକ୍ଷ ଠାରେ ଆଜି ଓଡ଼ିଶା ଅଣ-ଗେଜେଟେଡ଼ ବନସେବା ସଙ୍ଘ କର୍ମଚାରୀ କଳାହାଣ୍ଡି ସଙ୍ଘ ଶାଖା ତରଫରୁ ପଞ୍ଚଦଶ ଦ୍ଵି-ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଖଣ୍ଡିୟ ବନାଧିକାରୀ କେନ୍ଦୁପତ୍ର ବନଖଣ୍ଡ ଶ୍ରୀଯୁକ୍ତ ଗଦାଧର ପାତ୍ର ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ରାଜ୍ୟ ସଙ୍ଘ ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ପାତ୍ର ଯୋଗଦେଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ରାଜ୍ୟ ସଙ୍ଘ ଉପ-ସଭାପତି ଭବାନୀ ଶଙ୍କର ପରିଛା, ରାଜ୍ୟ ସଙ୍ଘ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, ACF କଳାହାଣ୍ଡି ସାଉଥ ଡିଭିଜନ ପ୍ରଦୀପ କୁମାର ବାତ୍ରା ଓ ACF ନର୍ଥ ଡିଭିଜନ ପ୍ରଭୁଦତ୍ତ ହିମାଂଶୁ ମିଶ୍ର, କଳାହାଣ୍ଡି ସଙ୍ଘ ଶାଖା ସଭାପତି ପ୍ରଦୀପ କୁମାର ବିଶି ପ୍ରମୁଖ ଯୋଗଦେଇ ବନସେବା କର୍ମଚାରୀଙ୍କ ବ୍ୟବସ୍ଥିତ ପ୍ରକ୍ରିୟାକୁ ତ୍ବରାନିତ କରିବା ସହ ପରସ୍ପର ସମ୍ପର୍କ ବୃଦ୍ଧି ସହିତ ଏକାକାର ଭାବରେ ନିଜ ଦାବୀ ଓ ଅସୁବିଧାକୁ ସରକାର ତଥା ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ବିଷୟକୁ ଅତି ସମ୍ବେଦନଶୀଳ ମନେକରି ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରିଥିବା ବେଳେ, କଳାହାଣ୍ଡି ସଙ୍ଘ ଶାଖାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସର୍ବେଶ୍ୱର ଗହୀର ସଂଘର ବିବରଣୀ ପାଠ ଉପସ୍ଥାପନା କରିବା ସହିତ ସଭାରେ ଉପସ୍ଥିତ ସମସ୍ତ ସହ-ବନ ସରଂକ୍ଷକ , ବନାଞ୍ଚଳ ଅଧିକାରୀ, ସଂଘର ଆଜୀବନ ସଦସ୍ୟ ଓ ନିମନ୍ତ୍ରିତ ଅତିଥି ସମେତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଶ୍ରୀ ଗହୀର ସମସ୍ତଙ୍କୁ କଳାହାଣ୍ଡି ବନସେବା ସଙ୍ଘ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ। ।