ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଡ॰ ହରିବାବୁ କାମ୍ଭମପତିଙ୍କୁ ସାକ୍ଷାତ କଲେ ପାରଳା ବିଧାୟକ ରୁପେଷ ପାଣିଗ୍ରାହୀ
ଭୁବନେଶ୍ବର(ସଂଘର୍ଷ ମିଡିଆ) : – ନୂଆ ଭାବେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଡ॰ ହରିବାବୁ କାମ୍ଭମପତିଙ୍କୁ ଭୁବନେଶ୍ୱର ସ୍ଥିତ ରାଜଭବନରେ ସାକ୍ଷାତ କରି ସ୍ୱାଗତ ଜଣାଇବା ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ପାରଳା ବିଧାୟକ ରୁପେଷ ପାଣିଗ୍ରାହୀ,ଓଡିଶାର ଊର୍ଣ୍ଣତି କିଭଳି ହେବ ସେନେଇ ରାଜ୍ୟପାଳ ଙ୍କ ସହ ଆଲୋଚନା କରିଥିଲେ ବିଧାୟକ, ରାଜ୍ୟପାଳ ଓଡିଶାର ରାଜ୍ୟପାଳ ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ, ମିଜୋରମ ରାଜ୍ୟର ରାଜ୍ୟପାଳ ପୂର୍ବରୁ ଆନ୍ଦ୍ର ପ୍ରଦେଶର ଭାରତୀୟ ଜନତା ଦଳ ରାଜ୍ୟ ସଭାପତି ଓ 2014 ବିଶାଖାପାଟଣା ଲୋକସଭାରୁ ନିର୍ବାଚିତ ହୋଇଥିଲେ, ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।