ଭୁବନେଶ୍ବର(ସଂଘର୍ଷ ମିଡିଆ) : ଓଡିଶାର ନୂଆ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଭବନରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଏବେର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନରେ ଅବସ୍ଥାପିତ ହେବେ। ସେହିପରି ତ୍ରିପୁରାର ନୂଆ ରାଜ୍ୟପାଳ ଭାବେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ନିଯୁକ୍ତି ମିଳିଛି।