ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ମୋ ଛତୁଆକୁ ନେଇ ତେଜୁଛି ଅସନ୍ତୋଷ

40

Get real time updates directly on you device, subscribe now.

ପୁରୀ)ସଂଘର୍ଷ ମିଡିଆ) : – ରାଜ୍ୟ ସରକାର କୋମଳ ମତି ଶିଶୁ ,ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଅପପୃଷ୍ଟି ଦୂର ସହିତ ସୁଷମ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଛୁତା ଅଣ୍ଡା ବୁଟ ଆଦି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଯୋଗାଇ ଦେଉଛନ୍ତି ।ତେବେ ପୁରୀ ଜିଲ୍ଲା ନିମାପଡ଼ାରେ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଆମ ଛତୁଆ ଶିଶୁ ଓ ଲୋକଙ୍କ ବିଶ୍ୱାସ ଭରସା ତୁତାଉଛି ବୋଲି ଅଭିଯୋଗ ହୋଇଛି ।ଗୋଟିଏ ପ୍ୟାକେଟ ଛତୁଆରୁ ପ୍ରଚୁର ପରିମାଣର ଚୋକଡ ଭଳି ଦାନା ଓ କାଠି ବାହାରୁଛି ।ଯାହା କି କୋମଳ ମତି ଶିଶୁ ଗର୍ଭବତୀ ମହିଳାଙ୍କ ଶରୀର ପାଇଁ ଏହି ଛତୁଆ ବିପଦ ସୃଷ୍ଟି କରିପାରେ ବୋଲି ଅଭିଯୋଗ ହେଉଛି ।ନିମାପଡ଼ା ବ୍ଲକରେ ପ୍ରକଳ୍ପ ସ୍ତରୀୟ ମହାସଂଘ ଛତୁଆ ପ୍ରସ୍ତୁତିର ଦାୟିତ୍ଵ ନେଇଛି ।ପ୍ରତି ମାସରେ ତିଆରି ହେଉଥିବା ଆମ ଛତୁଆ ନିମାପଡ଼ା ବ୍ଲକ ଓ ଏନ୍ ଏ ସି ଅଞ୍ଚାଳରେ ଥିବା 379 ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ବଣ୍ଟନ ପାଇଁ ଯୋଗାଇ ଦିଆଯାଉଛି ।ଅଙ୍ଗନବାଡ଼ି ଦିଦିମାନେ କୋମଳ ମତି ଶିଶୁ ଗର୍ଭବତୀ ମହିଳାମାନଙ୍କୁ ଖାଇବା ପାଇଁ ଛତୁଆ ବଣ୍ଟନ କରିଥାନ୍ତି ।ତେବେ ଯୋଗାଇ ଦିଆଯାଉଥିବା ଛତୁଆ ଖାଇବା ପାଇଁ ଅନୁପଯୋଗୀ ବୋଲି ଶିଶୁଙ୍କ ଅଭିଭାବକ ଜୀବନ ଜ୍ୟୋତି ଶତପଥୀ ଅଭିଯୋଗ କରିଛନ୍ତି ।ନିମାପଡ଼ା ଏନ୍ ଏ ସି ଅନ୍ତର୍ଗତ ଅମାଲାପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଶିଶୁକୁ ଏହି ଛତୁଆ ପ୍ୟାକେଟ ଦିଆଯାଇଥିଲା ।ଘରେ ଶିଶୁର ଅଭିଭାବକ ଛତୁଆକୁ ଚଲେଇବା ପରେ ସେଥିରେ ପ୍ରଚୁର ପରିମାଣର ଚୋକଡ ଭଳି ଦାନା ବଡ ବଡ କାଠି କୁଟା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଶିଶୁର ଅଭିଭାବକ ଅଙ୍ଗନବାଡ଼ି କର୍ମୀଙ୍କୁ ପଚାରିବାରେ ସେ କହିଲେ ଆମକୁ ଯାହା ଦେଉଛନ୍ତି ତାହା ଆମେ କେବଳ ବାଣ୍ଟୁଛୁ ।ଛତୁଆ ପ୍ୟାକେଟରେ କୌଣସି ପ୍ରସ୍ତୁତି ତାରିଖ ଲେଖା ନ ଥିଲା ବେଳେ ଅବଧିର ଶେଷ ତାରିଖ ଲେଖା ନ ଥିବା କାରଣରୁ କେତେ ଠିକ୍ ଅଛି ଛତୁଆ ଦ୍ୱୋନ୍ଦରେ ଅଭିଭାବକ ।ଘଟଣା ସମ୍ପର୍କରେ ନିମାପଡ଼ା ଶିଶୁ ବିକାଶ ଅଧିକାରୀ ତୁନୁପ୍ରଭା ବେଉରାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଠା କରିଥିଲୁ ମାତ୍ର କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ । ଏବଂ ଛତୁଆ ପ୍ରସ୍ତୁରେ ହେଉଥିବା ବ୍ୟାପକ ଦୁର୍ନିତିକୁ ହାଲୁକା ଭାବେ ନେଇ ଆଯୁକ୍ତିକର ଯୁକ୍ତି କରିଥିଲେ ।ବିଭାଗୀୟ ଉଚ୍ଚର୍କୃପକ୍ଷ ଅଧିକାରୀ ଛତୁଆର ମାନକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More