କଟକ(ସଂଘର୍ଷ ମିଡିଆ ) : : ଓଡ଼ିଶା ଏକ ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ବିକ୍ରୟ କରୁଛି। ହେଲେ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ଚାଲିଥିବା ବେଳେ ସେଥିରୁ କୈାଣସି ସୁଫଳ ମିଳିଲା ନାହିଁ। ବିଦ୍ୟୁତ୍ ବାବଦରେ ବିଭିନ୍ନ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କା ଛାଡ଼ କରାଯାଇଥିବା ବେଳେ,ସାରା ଭାରତରେ ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ, ଯାହାର ସରକାର ସବସିଡି ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରନ୍ତି ନାହିଁ। ଅପରପକ୍ଷରେ ଦିଲ୍ଲୀ ବିଦ୍ୟୁତ୍ ଉତ୍ପାଦନ ନକରି ମଧ୍ୟ, ବାହାର ରାଜ୍ୟରୁ କିଣି ନିଜ ଗ୍ରାହକମାନଙ୍କୁ ବିଦ୍ୟୁତ୍ ଦେହରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ପୂରା ଛାଡ଼ ଓ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଛାଡ଼ ଦେଉଛି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଏଥିସହିତ ଓଡ଼ିଶା ଆମ ଆଦମୀ ପାର୍ଟି ତରଫରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଜୁଳି ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ବାନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିଛି। ଆମ୍ ଆଦମୀ ପାର୍ଟିର କଟକ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପରିଡ଼ା ସରକାରଙ୍କୁ ବିଦ୍ୟୁତ୍ ବିଲ୍ ଛାଡ଼ କରିବା ପାଇଁ ଦାବି କରିଛନ୍ତି। ଏଥିସହିତ ଉକ୍ତ ସଭାରେ ବଡ଼ମ୍ବା ନରସିଂହପୁର ଆବାହକ ଅଞ୍ଜନ କୁମାର ସାହୁ, ବଡମ୍ବା ବ୍ଲକ୍ ସଭାପତି ସ୍ବପ୍ନ ଜିତ ବିଶ୍ଵାଳ, ସନ୍ତୋଷ ପଣ୍ଡା, ରାହୁଲ ବେହେରା, ସୂର୍ଯ୍ୟମଣି ସାହୁ, ଜଗନ ମାହାନ୍ତି, ସଞ୍ଜୟ କୁମାର ଷଣ୍ଢ ଓ ବିକାଶ ପ୍ରଧାନ, ଜ୍ୟୋତିରଞ୍ଜନ ସାହୁ ଙ୍କ ସମେତ ବହୁ ଦଳିୟ କର୍ମୀ ଉପସ୍ଥିତ ରହିଥିଲେ।।
Get real time updates directly on you device, subscribe now.
Prev Post
କାଦୋଦରା ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବକୁ ଦୂର କଲେ ସରପଞ୍ଚ, ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ପଡ଼ୁ
Next Post