ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

28

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର ଏମ୍ ସି କଂଫେରେନ୍ସ ହଲ ଠାରେ ଏକ ଜରୁରୀ କାଳୀନ ବୈଠକ ସଂଘର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ,ଶ୍ରମିକ ସମସ୍ୟା ସହିତ ଆଉଟ ସର୍ସ କର୍ମଚାରୀଙ୍କୁ ବିଦ୍ୟୁତ କ୍ଷେତ୍ରରେ ସ୍ଥାୟୀ ନିର୍ଯୁକ୍ତି ବାବଦରେ ଆଲୋଚନା କରିଥିଲେ। ଵିଶେଷ କରି ଦୀର୍ଘ 12 ବର୍ଷ ରୁ ଉର୍ଦ୍ଧ୍ବ ଦିନ ଧରି କରି ଆସୁଥିଲେ ମଧ୍ୟ ସେମାନଙ୍କର ଦରମା ଠିକଣା ଭାବରେ, ନିର୍ଦ୍ଧିଷ୍ଟ ତାରିଖରେ ପ୍ରଦାନ ନ କରିବା, E. P. F ଓ E.S.I ଦରମା ସ୍ଲିପ ଇତ୍ୟାଦି ପ୍ରଦାନ ନ କରିବା, ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି।ଆଗାମୀ ଦିନରେ ଆଉଟ ସର୍ସ କର୍ମଚାରୀଙ୍କୁ ଠିକଣା ମାର୍ଗ ନିର୍ଦ୍ଦେଶ ନଦେଲେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ସାରା ରାଜ୍ୟକୁ ଅନ୍ଧକାର କରିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା।ଠିକ ସେହି ପରି 1 .1. 2015ରୁ ପଡିରହିଥିବା ଆନୋମଲି ଓ ଜରୁରୀ ନିର୍ଦ୍ଧାରଣକୁ O.P.T.C.L ମ୍ୟାନେଜମେଣ୍ଟ ତରଫରୁ ସମାଧାନ କରାଯାଏ ତେବେ ଆସନ୍ତା 8 ତାରିଖରେ ବିନା ନୋଟିସରେ ଏନାରାର୍ଜି ସେକ୍ରେଟାରୀଙ୍କ ଦ୍ୱାରସ୍ଥ ହେବେ ବୋଲି ଆଜିର ସଂଘର ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା।କାର୍ଯ୍ୟକାରୀ ଦୀନବନ୍ଧୁ ମହାନ୍ତି, ଉପ ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବିଶୋଇ କୋଷାଧ୍ୟକ୍ଷ ସଞ୍ଜୀବ କୁମାର ବେହେରା, ସର୍କଲ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର,ସଂଘଠନ ସମ୍ପାଦକ ବିଜୟ କୁମାର ପଣ୍ଡା,ଡ଼ିଭିଜନ ସମ୍ପାଦକ ଗୁଣୁପୁର ଅଜିତ କୁମାର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଗୁଣୁପୁର ମୁନା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ଡିଭିଜନ ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା ସଭାକୁ ପରିଚାଳନା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More