ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବର ଅନୁଷ୍ଠିତ

13

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ମହାମାରୀ କରୋନାର ଭୟାବୟ ପରିସ୍ଥିତିରେ ରୋଗୀମାନଙ୍କର ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେରଖୀ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଓଡ଼ିଶା ମୋ ପରିବାର ପକ୍ଷରୁ ମହାନଦୀ ବିହାର ସେଲିବ୍ରେସନ ମଣ୍ଡପଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ଆଜି ୧୦୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଚୈ।ଦ୍ବାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ଵାଳଙ୍କ ନେତୃତ୍ଵରେ କୋଭିଡ ନିୟମ ପାଳନ କରାଯାଇ ଆୟୋଜିତ ଏହି ଶିବିରକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଚୈ।ଦ୍ବାର ବିଧାୟକ ସୈଭିକ୍ ବିଶ୍ବାଳ ଙ୍କ ସହିତ ବିଜୁ ଛାତ୍ର ନେତା ଦିବ୍ୟ ବାରିକ୍, ବିଭୁପ୍ରସାଦ ରାଉତ, ସୂର୍ଯ୍ୟ କାନ୍ତ ସାହୁ,ଶୁଭମ ବାରିକ୍, ସିଦ୍ଧାର୍ଥ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More