ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୩ ମସିହାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୩ ମସିହାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ପାସ ହାର 94.40 ରହିଥିଲା ବେଳେ ବାଳିକା ମାନଙ୍କର ପାସ ହାର 97.05 ଏବଂ ବାଳକ ମାନଙ୍କର ପାସ ହାର 95.75 ରହିଛି। ବାଳକ ମାନଙ୍କ ତୁଳନାରେ ବାଳିକାମାନେ ଭଲ ଫଳ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ 5 ଲକ୍ଷ32 ହଜାର 712 ଜଣ ଛାତ୍ର ଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ 11302 ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହି ଛନ୍ତି। କଟକ ଏବଂ ଜଗତସିଂହପୁର ଉଭୟ ଜିଲ୍ଲାର ପାସ ହର 97.99 ଥିଲା ବେଳେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। A1 ଗ୍ରେଡରେ 4158, A2 ଗ୍ରେଡ଼ରେ 29855, B1ରେ 77762, ଜଣ ଏବଂ B2ରେ 119120 ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି। କଟକ ଜିଲ୍ଲା ଏବଂ ଜଗତସିଂପୁରଜିଲ୍ଲା 97.99% ରଖି ପ୍ରଥମରେ ଥିଲାବେଳେ ମାଲକାନଗିରି ଜିଲ୍ଲା 92.68% ରଖି ସବୁଠାରୁ ପଛରେ ଅଛି। 3222ଟି ସ୍କୁଲ ଶତ ପ୍ରତିଶତ ପରୀକ୍ଷା ଫଳ କରିଛନ୍ତି। ମାଧ୍ୟମା ପରୀକ୍ଷା ଲାଗି 3627ଜଣ ଫର୍ମ ପୂରଣ କରିଥିଲେ।ସେମାନଙ୍କ ମଧ୍ୟରୁ 479 ଜଣ ଅନୁପସ୍ଥିତି ଥିଲେ। 3117 ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି A1 ଗ୍ରେଡ ରେ 14.,ଜଣ A2 ରେ 589 B1 ରେ1051. ଜଣ B2 ରେ .834 ଜଣ ପାସ କରିଛନ୍ତି ପାସ ହାର .85.94% ହୋଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଚଳିତ ବର୍ଷ ସପ୍ଲିମେଣ୍ଟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନ ପରୀକ୍ଷା ଗୁଡିକରେ ପୂର୍ବ ଭଳି ସମେଟିଭ 1, ସମେତିଭ୍ 2 ପଦ୍ଧତିରେ ପରୀକ୍ଷା କରାଯିବା ସମ୍ପର୍କରେ ଖୁବ୍ ଶୀଘ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯିବ। ଚଳିତ ବର୍ଷ ଫଳା ଫଳ ଭଲ ହୋଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ମୂଲ୍ୟାନରେ ତ୍ରୁଟି ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗଣଶିକ୍ଷା ବିଭାଗ ସଚିବ ଆଶ୍ୱାଥି ଏସ, ବୋର୍ଡର ସଭାପତି ରାମାସିଶ ହାଜରା,ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ସୁମିତା ସରକାର,ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ, ନିରଞ୍ଜନ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More