କନ୍ଧମାଳ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ କାଲିକେତା ଗ୍ରାମର ଜଣେ ଡ୍ରାଇଭରଙ୍କୁ ଭଡ଼ା ଯିବା ବାହାନାରେ ଜୀବନରେ ମାରି ନାଳରେ ଫିଙ୍ଗିଦେଇ , ଗାଡି ନେଇ ଫେରାର ହେଇଯିବାର ପୋଲିସ ପକ୍ଷରୁ ଜଣାପଡିଥିଲା । ଟିକାବାଲି ଥାନା ଅଧିକାରିଣୀ ରେବତୀ ଶବର ମୃତ ଶରୀରକୁ ଉଦ୍ଧାର କରି ବ୍ୟବେଚ୍ଛଦ ପାଇଁ ପଠେଇଥିଲେ । ଏହାର ଅଧିକ ବିବରଣୀ ଜାଣିବା ପାଇଁ ଥାନା ଅଧିକାରିଣୀ ଶ୍ରୀମତୀ ଶବର ଛାନ ଭିନ ଚଲେଇଥିବା ସୂଚନା ଦେଇଛନ୍ତି ଶ୍ରୀମତୀ ସବର । ଏଠି ପ୍ରଶ୍ନ ଉଠୁଛି କି ଡ୍ରାଇଭର ଜଣଙ୍କୁ ଭଡ଼ା ନେଇଥିବା ଲୋକଙ୍କୁ ପୋଲିସ ଆଜିପର୍ଯ୍ୟନ୍ତ ଗିରଫ କରୁନାହାନ୍ତି କାହିଁକି ? ଗାଡ଼ି ମାଲିକ ସହିତ ଭଡ଼ା ଯାଇଥିବା ଲୋକେ ମୋ ପୁଅକୁ ଭଡ଼ା ବାହାନାରେ ନେଇଁ ଜୀବନରେ ମାରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଏଠି ପୋଲିସ ଅଧିକାରିଣୀ ଏବଂ ଗାଡ଼ି ମାଲିକଙ୍କ ସହିତ ଭଡ଼ା ଯାଇଥିବା ବ୍ୟକ୍ତି ମାନଙ୍କୁ ଗିରଫ ନ କରି ପୋଲିସ ତାଙ୍କୁ ଛାଡ଼ି ଦେଇଥିବାରୁ ପରିବାର ପକ୍ଷରୁ ପୋଲିସ ଏହାର ମଧୁଚନ୍ଦ୍ରିକା ଖେଳ ଖେଳୁଥିବା କହିଛନ୍ତି ପରିବାର ଲୋକେ । କନ୍ଧମାଳ ଜିଲ୍ଲାର ମଟର ଚାଳକ ସଂଘ ତରଫରୁ ତାଙ୍କ ପରିବାର ପକ୍ଷକୁ ଦଶଜାର ଟଙ୍କା ଆର୍ଥିକ ସହାୟତା ସହିତ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିପରି ସମାଜସେବୀ ତଥା ( ଏନଏଚଆରସି ) ରିଜିୟନାଲ ରିପୋର୍ଟର କୁନା ଦିଗାଲ ସେଇ ମୃତ୍ୟୁ ଡ୍ରାଇଭରଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼େଇଛନ୍ତି । ମୃତ ଡ୍ରାଇଭର ପରିବାରକୁ ଓଡିଶା ମୋଟର ଚାଳକ ସଂଘ ତରଫରୁ ଦଶହଜାର ଟଙ୍କା ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଜିଲ୍ଲା ମଟର ଚାଳକ ସଂଘ ସଭାପତି ବାସବ କହଁର , ଜିଲ୍ଲା ଉପ ସଭାପତି ଅନନ୍ତ କୁମାର ମାଝୀ , ବାଲିଗୁଡ଼ା ଶାଖା ସଭାପତି ଅଭିରାମ ଦିଗାଲ, ଟିକାବାଲି ଶାଖା ସଭାପତି ରମାକାନ୍ତ ବିଶୋଇ , ସମ୍ପାଦକ ଶ୍ରୀକାନ୍ତ ଭୋଇ ତା ସହିତ କନ୍ଧମାଳ ଗଣମାଧ୍ୟମ ସଂଘର ସଭାପତି ମିଲନ କହଁର ଏବଂ କର୍ମକର୍ତ୍ତା ଓ ସମାଜସେବୀ ଉପସ୍ଥିତ ଥିଲେ।