ଓଡ଼ିଶା ପାଇଁ ଗୋଟିକ ପରେ ଗୋଟିଏ ମାଡ଼ି ଆସୁଛି ବିପଦ : ପ୍ରଥମେ କରୋନା, ତା ପରେ ଅମ୍ପନ୍ ଆଉ ଏବେ ପଙ୍ଗପାଳ ଆକ୍ରମଣ ଭୟ

42

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପ୍ରଥମେ କରୋନା, ତା ପରେ ଅମ୍ପନ୍ ଆଉ ଏବେ ପଙ୍ଗପାଳ ଆକ୍ରମଣ ଭୟ। ଓଡ଼ିଶା ପାଇଁ ଗୋଟିକ ପରେ ଗୋଟିଏ ଆହ୍ବାନ ମାଡ଼ି ଆସୁଛି। ଆସନ୍ତା କିଛିଦିନ ମଧ୍ୟରେ ଓଡ଼ିଶାରେ ପଙ୍ଗପାଳ ପ୍ରବେଶ କରିବାର ଆଶଙ୍କା ଜାତ ହୋଇଛି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥାନ (ଫାଓ) ପକ୍ଷରୁ ଓଡ଼ିଶାରେ ପଙ୍ଗପାଳଙ୍କ ପ୍ରବେଶ ସମ୍ଭାବନା ଥିବା କୁହାଯାଇଛି। ଏପରିସ୍ଥଳେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଚାଷୀଙ୍କୁ ସତର୍କ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ତେବେ ଏଥିରେ ମୌସୁମିର ସକ୍ରିୟ ଭୂମିକା ରହିବ। ପଙ୍ଗପାଳ ଉପଦ୍ରବ ପଛରେ ଅମ୍ପନ ବାତ୍ୟାର ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବର୍ଷା ପରିସ୍ଥିତିକୁ ବଦଳାଇ ଦେଇପାରେ। ତଥାପି ଓଡ଼ିଶା ପ୍ରତି ବିପଦର ଆଶଙ୍କା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ଫାଓ କହିଛି, ଜୁନ୍‌ରୁ ଜୁଲାଇ ୧୫ ମଧ୍ୟରେ ପଙ୍ଗପାଳ ଆକ୍ରମଣ ହୋଇପାରେ। ତେବେ ଜୁନ୍ ପରେ ଓଡିଶାକୁ ପଙ୍ଗପାଳ ଆସିବାର ଅଧିକ ସମ୍ଭାବନା ରହିଛି। ରାଜସ୍ଥାନ ଆଡ଼ୁ ଏମାନେ ଓଡ଼ିଶା ଓ ବିହାରରେ ପ୍ରବେଶ କରିବାର ସମ୍ଭାବନା ଅଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More