ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ସିଲଭର ସିଟି ବୋଟ କ୍ଲବ ତରଫରୁ ଓଡ଼ିଆ ନବବର୍ଷ ପାଳନ

33

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ସିଲଭର ସିଟି ବୋଟ କ୍ଲବ ପାଳନ କରିଛି ଓଡ଼ିଆ ନବବର୍ଷ । ବୋଟ କ୍ଲବ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମହାଆଡମ୍ବର ରେ ଓଡ଼ିଆ ନୂଆବର୍ଷ ପାଳନ କରାଯାଇଥିଲା । କଟକ ମହାନଦୀ କୂଳର ହାଡ଼ିଆ ପଠା ଠାରେ ଓଟିଡିସି ଆଜିକୁ ଠିକ ଏକବର୍ଷ ତଳେ ଆରମ୍ଭ କରିଥିଲା ସିଲଭର ସିଟି ବୋଟିଂ । ପର୍ଯ୍ୟଟନର ବିକାଶ ସହିତ ଯୁବବର୍ଗ ଙ୍କୁ ଆକୃଷ୍ଟ କରିବା ପାଇଁ ବୋଟ କ୍ଲବ ସମସ୍ତ ପ୍ରକାରର ମନୋରଞ୍ଜନ ର ଖୋରାକ ଯୋଗାଉଛି ।ତେବେ ଆଜି ଓଡ଼ିଆ ନୂଆବର୍ଷ ପାଳନ ଅବସରରେ ଓଟିଡିସି ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟକ କଟକିଆ ଉପସ୍ଥିତ ରହି ନୂଆବର୍ଷ ପାଳନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ମହାନଦୀର କୂଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସିଏମସି ମେୟର ସୁବାଷ ସିଂ ଯୋଗ ଦେଇଥିବା ବେଳେ କଟକ ଜିଲ୍ଲାପାଳ,ଓଟିଡିସି ଅଧ୍ୟକ୍ଷା,ଓଏଫଡିସି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More