ଓଡ଼ିଶା ଦିବସ ପାଳନ ଅବସରରେ ଜିଲାର ଦୁଇ କୃତୀ ଶିକ୍ଷକ ପୁରସ୍କୁତ

16

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲାର ଦୁଇ ଜଣ କୃତୀ ଶିକ୍ଷକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ତରଫରୁ ରାଜ୍ୟ ଶିକ୍ଷକ ପୁରସ୍କାର ଓଡ଼ିଶା ଦିବସ ପାଳନ ଅବସରରେ ପ୍ରଦାନ କରାଯାଇଛି। ଦୁଇ ଶିକ୍ଷକ ହେଲେ ବାଲିକୁଦା ବ୍ଳକ ସିଙ୍ଗିଟାଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କାନ୍ତ ସ୍ବାଇଁଙ୍କୁ ପ୍ରାଥମିକ ସ୍ତରରେ ରାଜ୍ୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି। ସମାଜର ବହୁମୂଲ୍ୟ ସେବାପାଇଁ ଜଣେ କୃତି ଶିକ୍ଷକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସେ ପୂର୍ବରୁ ଆଦର୍ଶ ଶିକ୍ଷକ ସଂମ୍ମାନର ସମ୍ବର୍ଦ୍ଧିତ ହୋଇଛନ୍ତି। ସେହିଭଳି ମାଧ୍ୟମିକ ସ୍ତରରେ ଅତୁଲ ବିକ୍ରମ ପ୍ରଧାନ,ସେ ଏବେ ବାଗଲପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ।ଅତୁଲ ବିକ୍ରମ ପ୍ରଧାନ ପୂର୍ବରୁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗ, ଜିଲା କୃତି ଶିକ୍ଷକ,ଜିଲା ରେଡ଼ କ୍ରସ, ଭଳି ପୁରସ୍କାର ର ଅଧିକାରୀ ହୋଇଛନ୍ତି।ତେବେ ରାଜ୍ୟ ଶିକ୍ଷକ ପୁରସ୍କାର ପାଇଁ ବେଶ ଖୁସି ଅଛନ୍ତି। ଓଡିଶା ଦିବସ-୨୦୨୩ ପାଳନ ଅବସରରେ ଜିଲାପାଳ ପାରୁଲ ପଟାୱରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲାପରିଷଦ ସଭାପତି ମନୋଜ କୁମାର ଭୋଇ, ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ନଟବର ଶତପଥୀ, ବିଶିଷ୍ଟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ସମ୍ମାନୀୟ ଅତିଥି ଅତିରିକ୍ତଜିଲ୍ଲାପାଳସଚ୍ଚିଦାନନ୍ଦ ସାହୂ, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ଚିନ୍ମୟୀ ବିଶ୍ୱାଳ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମିଶ୍ର, ଜିଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ପୋୖରାଧକ୍ଷା ଅର୍ଚ୍ଚନା ସିଂହ, ପଂଚାୟତ ସମିତି ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଯୋଗଦେଇ ଜିଲାର ଦୁଇ କୃତି ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ ଓ ସରୋଜକାନ୍ତ ସ୍ବାଇଁଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ମାନପତ୍ର, ଅର୍ଥରାଶି ଚେକ, ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More