ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ

39

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ପରିସରରେ ଥିବା ଡିପ୍ଲୋମା ଇଂଜିନିୟର ସେବା ସଂଘର ନୂତନ କୋଠା ଗୃହର କନଫେରାନ୍ସ ହଲ ଠାରେ ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଡିପ୍ଲୋମା ଇଂଜିନିୟର ର ସଭାପତି ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, କେନ୍ଦ୍ରୀୟ ସଭାପତି ଇଂଜିନିୟର ଶ୍ରୀକାନ୍ତ ମହାପାତ୍ର, ଅତିରିକ୍ତ ସାଧାରଣ ସମ୍ପାଦକ ଇଂଜିନିୟର କେ ନାଗେଶ୍ୱର ସେନାପତି, ସମ୍ପାଦକ ଇଂଜିନିୟର ଶିବ ପ୍ରସାଦ ପାଳ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ବିଭିନ୍ନ ସମସ୍ୟା, ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରି କିପରି ସମସ୍ୟା ସମାଧାନ ହୋଇ ପାରିବ ତାହା ଉପରେ ଆଲୋଚନା ହୋଇ ଥିଲା। ପରେ ଡିପ୍ଲୋମା ଇଂଜିନିୟରିଂ ସେବା ସଂଘର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା।ଏହି କର୍ମକର୍ତ୍ତା ଚୟନରେ ସଭାପତି ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଉପ ସଭାପତି ତ୍ରିପତି ସାହୁ,ପରାମର୍ଶ ଦାତା ଭାବେ ଶିବ ପ୍ରସାଦ ପାଳ, ସମ୍ପାଦକ ଉମା ଶଙ୍କର ପାତ୍ର, ସହ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଅଡିଟର ସୁଜାତା କୁମାରୀ ଗୌଡ଼, ଏଗଜୁଟିଭ ବଡି ମେମ୍ବର ଦିବାକର ଦାସ, ରୋଜାରାଣୀ ପଟ୍ଟନାୟକ, ଯୋଗେନ୍ଦ୍ର ସାହୁ, ବିନୋଦ କୁମାର କିଷାନ,ବି.ଲୋକ ନାଥ ପାତ୍ର, ଅରୁଣ ଜେନା ଙ୍କ ସହ କେନ୍ଦ୍ରୀୟ କର୍ମକର୍ତ୍ତା କେ ନାଗେଶ୍ୱର ସେନାପତି, ଅତିରିକ୍ତ ଜରର୍ଣ୍ଣାଲ ସମ୍ପାଦକ ଉପସ୍ଥିତ ରହି ଏହି କାର୍ଯ୍ୟ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ଓ ସମସ୍ତ ବ୍ଲକ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଶେଷରେ ସଭାପତି ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More