ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲ ରେ ଏବେ ଠାରୁ ଚାଷୀର ଧାନ ଆନ୍ଦ୍ର ବେପାରୀ ଆସି ଓଡ଼ିଶା ଚାଷୀର ଧାନ କ୍ରୟ କରୁଛି ପୁଣି ଶାଗ ମାଛ ଦରରେ କିନ୍ତୁ ବିଭାଗ ପାଖରେ ଖବର ନାହିଁ ଚିର ନିଦ୍ରା ରେ ସୋଇଛି। ବର୍ତ୍ତମାନ ଠାରୁ ଚାଷୀ ଆନ୍ଦ୍ର ବେପାରୀଙ୍କୁ ହାତ ଟେକି ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମଣ୍ଡି ର ବେବସ୍ତ। ହୋଇ ନାହିଁ ଆହୁରି ଦେଡ଼ ମାସ ଦରକାର ମଣ୍ଡି ଖୋଲି ବ। ସକାଶେ। ସହର ଉପ କଣ୍ଠ ରେ ଥିବା ଗ୍ରାମ ଗୁଡିକରେ ସ୍ୱଳ୍ପ ମିଆଦି ଧାନ ଲଗାଇ ଥିବାରୁ ବର୍ତ୍ତମାନ ଧାନ ପାଚି ଗଲା ବାଧ୍ୟ ହୋଇ ଚାଷୀ ମଣ୍ଡି ଖୋଲି ନଥିବାରୁ ଆନ୍ଦ୍ର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ଆନ୍ଦ୍ର ବେପାରୀ ଟ୍ରକ ଆଣି ସିଧା ଚାଷୀଙ୍କ ଧାନ ଓଜନ କରି ଶାଗ ମାଛ ଦରରେ କ୍ରୟ କରୁଛନ୍ତି ଅଥ ଚ ବିଭାଗ ପାଖ ରେ ଖବର ନାହିଁ। ଚାଷୀମାନେ ଉପଯୁକ୍ତ ଦର ପାଇପାରୁ ନାହାଁନ୍ତି ।