ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳିତ

21

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ବୌଦ୍ଧ ଜିଲ୍ଲା ପାରିଜାତ ପେଲେସ ସଭା ଗୃହରେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ମନୋରଂଜନ ଦାଶ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ଭାରତୀୟ ସାମ୍ବାଦିକ ସଙ୍ଘର ସମ୍ପାଦକ ପ୍ରଫେସର ସୁଜ୍ଞାନ ଚୌଧୁରୀ,ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ସମ୍ମାନିତ ଅତିଥି ଆଇନଜିବି ଚନ୍ଦ୍ରଶେଖର ପାଢ଼ୀ, ଆଠମଲିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ପାଢ଼ୀ , ରାଜ୍ୟ ଉପ ସଭାପତି ଆଶୁତୋଷ ରଥ, ଇଂ ସଞ୍ଜୟ ପଣ୍ଡା, ଶିକ୍ଷାବିତ ତ୍ରଲୋକ୍ୟ ତ୍ରିପାଠୀ ଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଅନେକ ସାମ୍ବାଦିକ ଯୋଗଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆଇନଜିବି, ସମାଜସେବୀ, ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପାଣି, ସତ୍ୟଜିତ ପଣ୍ଡା, ରତ୍ନାକର ବେହେରା , ଶଶାଙ୍କ ଶେଖର ମିଶ୍ରଙ୍କ ସହ ଓଡ଼ିଶା କର୍ମଜୀବି ବୌଦ୍ଧ ଜିଲ୍ଲା ଶାଖା ସାମ୍ବାଦିକ ସଂଘ ର ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ । ସାମ୍ବାଦିକ ଏକ ପେଶା ନୁହେଁ ଏକ ବ୍ରତ ଶୀର୍ଷକ ଆଲୋଚନାରେ ଉପସ୍ଥିତ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ସାମ୍ବାଦିକ ମାନଙ୍କୁ କର୍ମ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଉ ଥିବାରୁ ଏହାର ପ୍ରତିକାର ସହ ସାମ୍ବାଦିକଙ୍କ ସୁରକ୍ଷା ଉପରେ ସରକାର ଆଇନ୍ ଆଣିବା ଉପରେ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା | ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତିଙ୍କୁ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ , ପୁଷ୍ପଗୁଚ୍ଛ,ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା | ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ |ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More