ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁଡୁମୁଲୁଗୁମ୍ମାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

36

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଣ୍ଡୁରିଗୁଡା ଠାରେ ୨୦୨୧-୨୨ ଶିକ୍ଷାବର୍ଷର ସିବିଏସଇ ଦଶମ ପରିକ୍ଷା ଫଳ ପ୍ରକାଶିତ ହେଲା ପରେ ଏହି ଆଦର୍ଶ ବିଦ୍ୟାଳୟ ରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ ପରିକ୍ଷା ଦେଇଥିବା ସମସ୍ତ ଛାତ୍ର ଛାତ୍ରୀ କୃତିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ରଶ୍ମି ରଞ୍ଜନ ଜେନା ୯୨% ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିଲା ବେଳେ ଦିନେଶ କୁମାର ସାହୁ ୯୧ %, ହ°ସିକା ପ୍ରିୟଦର୍ଶିନୀ ଦେ ୮୮ %, ଅମିତ୍ ସିଲ୍ ୮୪ %, ଜ୍ୟୋତି ବ୍ରହ୍ମା ନନ୍ଦି ୮୨%, ସୁକଦେବ ମାଢୀ ୮୦ % ମାର୍କ ସହ କୃତିତ୍ୱ ହାସଲ କରିଛନ୍ତି । ଆୟୋଜିତ ସମ୍ବର୍ଧନା ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ସାହୁ, ସମାଜସେବୀ ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ°କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ସେମାନଙ୍କର ଏହି କୃତିତ୍ୱ ନିମନ୍ତେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସାହୁ ଚଳିତ ଶିକ୍ଷାବର୍ଷରୁ ଏକାଦଶ ଶ୍ରେଣୀ ପାଠ୍ୟକ୍ରମ ସରକାର ଖୋଲିଥିବାରୁ ଏହି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଶିକ୍ଷାଲାଭ ର ସୁଯୋଗ ପାଇପାରିବେ ବୋଲି ମତପୋଷଣ କରିଛନ୍ତି ଓ ଏଥି ସହିତ ପିଲାଙ୍କ ଅଭିଭାବକ ମାନେ ମଧ୍ୟ ଉକ୍ତ ବିଦ୍ୟାଳୟରେ ପ୍ରତ୍ୟେକ ବିଭାଗର ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିବାରୁ ଖୁସି ଜାହିର କରିଛନ୍ତି ।ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More