ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବ୍ରତ ସାମନ୍ତରାୟ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୦୦ ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇ ଥିବା ବେଳେ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ, ଶିକ୍ଷାର ଗୁଣାତ୍ମକ ବିକାଶ, ଶିକ୍ଷାର ବିକାଶ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମଧ୍ୟରେ ନିରନ୍ତର ସମ୍ପର୍କ ସ୍ଥାପନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଦ୍ୟାଳୟ ରେ କ୍ୟାରିଅର ଯୋଜନା ଓ ସାମୁହିକ ପରାମର୍ଶ ଶିବିର ଆୟୋଜନ ନେଇ ଅଭିଭାବକ ମାନେ ମତ ଦେଇଥିଲେ। ପିଲାଙ୍କୁ ମାନସିକ ଚାପରୁ ମୁକ୍ତି କରାଯାଇ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ନେଇ ଶିକ୍ଷକ ଓ ଅଭିଭାବକ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ଶିକ୍ଷାବିତ୍ ନିତ୍ୟାନନ୍ଦ ମହାନ୍ତି,ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ, ଗୀତାଞ୍ଜଳି ନିହାଲ୍, ସଞ୍ଜୟ କୁମାର ପାଢୀ ପ୍ରମୁଖ ଅଭିଭାବକ ଶିକ୍ଷା ଓ ସୈଖିକ ପରିବେଶର ଉନ୍ନତି ପାଇଁ ସେମାନଙ୍କ ମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶ୍ରେଣୀ ପାଇଁ ଭିନ୍ନ ଭିନ୍ନ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୩୦୦ ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l