ଓଡ଼ିଶା ଅମଲା ସଙ୍ଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ଅମଲା ସଙ୍ଘ ଗଜପତି ଶାଖା ପକ୍ଷରୁ ଓଡ଼ିଶା ଅମଲା ସଂଘର ସଭାପତି କୁର୍ମା ନାଥ ରଥ ଓ ସମ୍ପାଦକ ମନରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଜିଲ୍ଲାର କନିଷ୍ଠ ସହାୟକ ମାନଙ୍କର ସ୍ନାତକ ଶିକ୍ଷା ଭିତ୍ତିକ ଯୋଗ୍ୟତା ଦରମା 4200 ଗ୍ରେଡ ପେ ସକାଶେ ଏକମାତ୍ର ଦାବି ରହିଛି।ଏହାର ଉଦ୍ଦେଶ୍ୟ ହେଲା ଆଗାମୀ 27 ତାରିଖ ଦିନ ରାଜ୍ୟ ସ୍ତରୀୟ ଅମଲା ସଂଘ ତରଫରୁ ଏକ ବିଶାଳ ସମାବେଶ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଛି।ସେଥିରେ ଆମ ଜିଲ୍ଲା ତରଫରୁ ଆମେ ଯୋଗ ଦେବୁ।ଆମର ଶିକ୍ଷା ଗତ ଯୋଗ୍ୟତା ସମାନ ରହି ଥିଲେ ମଧ୍ୟ ସଚିବାଳୟରେ ଏଣ୍ଟ୍ରି ଲେବଲରେ ଗ୍ରେଡ ପେ 4200 ରହିଥିବା ବେଳେ ଜିଲ୍ଲା ସ୍ତରୀୟ ରହିଛି 1900 ଟଙ୍କା ଏଣୁ ସମାନ କାର୍ଯ୍ୟ ଓ ସମାନ ଯୋଗ୍ୟତା ଅନୁସାରେ ଆମକୁ ଗ୍ରେଡ ପେ 4200 ଦିଆ ଯାଉ ବୋଲି ଦାବି ରହିଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଓଡ଼ିଶା ଅମଲା ସଙ୍ଘ ଜିନ୍ଦା ବାଦ, କର୍ମଚାରୀ ଏକତା ଜିନ୍ଦା ବାଦ,4200 ଗ୍ରେଡ ପେ ଆମର ଦାବି,ଶିକ୍ଷା ଭିତ୍ତିକ ଯୋଗ୍ୟତା ଦରମା ଆମର ଦାବି,
ଆମର ଦାବି ନାର୍ଯ୍ୟ ଦାବୀ ସରକାର ତୁମେ ମାନି ନିଅ । ବିଭିନ୍ନ କାର୍ଯ୍ୟାଳୟ ଆମଲା ସଙ୍ଘର କର୍ମଚାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଭଳି ସ୍ଲୋଗାନ ଦେଇଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More