ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକ ଉତ୍ସବ ମହାନଦୀ ବିହାର ସ୍ଥିତ ମହାନଦୀଭବନ ଠାରେ ପାଳିତ ହୋଇଯାଇଛି।ଏହି ପ୍ରତିଷ୍ଟା ଦିବସକୁ ମହାନଗର ନିଗମର ମେୟର ସୁବାସ ସିଂ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଚୌଦ୍ଵାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ବିଶ୍ଵାଳ ମୂଖ୍ୟ ବକ୍ତା ଭାବେ କଟକ ଡିସିପି ପିନାକ ମିଶ୍ର ସମ୍ମାନିତ ଅତିଥି ଭାବେ ୪୭ ନମ୍ବର ୱାର୍ଡର କର୍ପୋରେଟର ଇଂ ସୁବ୍ରତ ଘଡେ଼ଇ ଯୋଗ ଦେଇଥିଲେ।ରେଜ୍ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ବିଶିଷ୍ଟ ଯୁବ ମହିଳା ଉଦ୍ୟଗୀ ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସଦସ୍ୟ ମୁନ୍ ମୁନ୍ ମହାନ୍ତି। ଏହି ପ୍ରତିଷ୍ଠା ଦିବସ ଅବସରରେ ବାହାନଗା ଟ୍ରେନ୍ ଦୁର୍ଘଟଣା ରେ ସହଯୋଗ କରିଥିବା ବାଲେଶ୍ବର ର ୧୨ ଟି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More