ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪, ଆଜି ଗୋଟିଏ ଦିନରେ ୧୩ ଜଣ ଚିହ୍ନଟ

33

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ଭଦ୍ରକ, ବାଲେଶ୍ବର, ଯାଜପୁର ଓ ସୁନ୍ଦରଗଡ଼ରେ ମୋଟ ୧୩ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ସଂକ୍ରମଣର ଶିକାର ୭୪ଜଣଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜଧାନୀକୁ ମିଶାଇ ଖୋର୍ଧା ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ । ଏମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି, ୧୭ ଜଣ ସୁସ୍ଥ ହୋଇଛନ୍ତି ଓ ବିଭିନ୍ନ କୋବିଦ-୧୯ ଡ଼ାକ୍ତରଖାନାରେ ୨୮ ଜଣ ସକ୍ରିୟ ରୋଗୀ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More