ଓଡ଼ିଆ ସୁଚନା ଅଧିକାର ଅଭିଯାନ (ଓଶା) ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ୟୁଖରେ ଗଣଧାରଣା
କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାର ଅଭିଯାନ ତରଫରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ୟୁଖରେ ଶହ ଶହ ସୁଚନା ଅଧିକାର କର୍ମୀଙ୍କ ଗଣଧାରଣା ଦିଆଯାଇଛି ।ଏହି ଗଣଧାରଣା ରେ ସୁଚନା ଅଧିକାର ଆଇନ ଧାରା 2(f)ଅନୁଯାୟୀ ତଥ୍ୟ ପ୍ରଦାନ ଓ arcs କାଯ୍ୟାଳୟ ସୂଚନା ଅଧିକାର ଆଇନ ତଥ୍ୟ ପ୍ରଦାନ ସହ ସମସ୍ତ ସମବାୟ ସମିତି ମାନଙ୍କର ଦୁନିତୀ ଉପରେ ସ୍ୱତନ୍ତ ଅଡିଟ ଦାବି କରିଛନ୍ତି । ସୁଚନା ଅଧିକାର ଅଭାଯାନର ଆବାହକ ପ୍ରତାପ ମହାନ୍ତି ଙ୍କ ନେତ୍ରୁତରେ ଶହଶହ କର୍ମୀ ଏହି ଗଣଧାରଣା ରେ ଯୋଗଦେଇଥିଲେ ।ଜିଲ୍ଲାର ସମସ୍ତ ସମବାୟ ସମିତି ରେ ସାର, ବିହନ, ଚାଷୀ ଋଣ, ଧାନ ମଣ୍ଡି ରେ ଧାନ କିଣିବାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ସୁଚନା ଅଧିକାର କର୍ମୀ ଅଭିଯୋଗ କରୁଛନ୍ତି । ଖାଲି ସେତିକି ନୁହେଁ ଜିଲ୍ଲା ପ୍ରଶାସନ ସହିତ ସମବାୟସମିତି ର ମିଲିଭଗତ୍ ରେ ଏସବୁ ଦୁର୍ନୀତି ହେଉଛି ବୋଲି ଶିଧା ଶଳଖ ଅଭିଯୋଗ କରୁଛନ୍ତି ସୁଚନା ଅଧିକାର କର୍ମୀ ।