କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ପଟ୍ଟାମୁଣ୍ଡାଇ ଏମ.ଏନ. ହାଇସ୍କୁଲ ପଡିଆ ଠାରେ ପ୍ରଥମ କରି ଆୟୋଜିତ ହୋଇଯାଇଛି ରଜ ଉତ୍ସବ-2022। ଧରିତ୍ରୀ ସାମଲ ଙ୍କ ଷ୍ଟାର୍ଟ୍ସ ୱେ ଚାରିଟେବୁଲ ଟ୍ରଷ୍ଟ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ପ୍ରାକ୍ତନ ଅଧ୍ୟକ୍ଷା ରହିଥିବା ବୈଜୟନ୍ତୀମାଳା ଲେଙ୍କାଙ୍କ ଉଦ୍ୟମରେ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଆଜି ୧୫-୬-୨୦୨୨ ଦିନ ଏମ.ଏନ. ହାଇସ୍କୁଲ ପଡ଼ିଆ ଠାରେ ରଜ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଆଧୁନିକ ଯୁଗର ମଣିଷ ମାନେ ଓଡିଆ ପରମ୍ପରା, ଓଡିଆ ସଂସ୍କୃତିକୁ ଧିରେ ଧିରେ ଭୁଲିବାକୁ ଲାଗୁଥିବା ବେଳେ ଓଡିଆ ଜାତିର ଗଣପର୍ବ ରଜକୁ ପଟ୍ଟାମୁଣ୍ଡାଇ ମାଟିରେ ରଜ ଉତ୍ସବ ବହୁତ ଧୁମଧାମରେ ପାଳନ କରିଛନ୍ତି କେନ୍ଦ୍ରାପଡ଼ା ର ଝିଅ ଧରିତ୍ରୀ ସାମଲ। ଏହି ରଜ ଉତ୍ସବ ଅବସରରେ ବହୁତ ବଛା ବଛା କଳାକାର ମାନେ ମଞ୍ଚରେ ପାରମ୍ପରିକ ନୃତ୍ୟ ଓ ସଂଗୀତ ପରିବେଷଣ କରିବା ସହିତ ମହିଳା ଓ ଝିଅମାନେ ପୁଁଚି, ଦଉଡ଼ି ଡିଆଁ,ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହିତ ମହିଳା ମାନେ ବିଭିନ୍ନ ପିଠା ତିଆରି କରି ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ନଜରକୁ ଆସିଛି। ଏହି ପାରମ୍ପାରିକ ରଜପର୍ବ ଅବସରରେ ବହୁତ ମହିଳା,ଝିଅ ମାନେ ମଞ୍ଚ ସମ୍ମୁଖରେ ଲାଗିଥିବା ଦୋଳିରେ ବସି ଝୁଲୁଥିବା ଦେଖିବାକୁ ମିଳିଛି। ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌରାଧକ୍ଷ ହେମନ୍ତ ସାହୁ, କେନ୍ଦ୍ରାପଡ଼ା ପୈର ଅଧ୍ୟକ୍ଷାଙ୍କ ସମେତ ବହୁ ମହିଳା ନେତ୍ରୀଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦାନ କରି ଓଡ଼ିଆଙ୍କ ଗଣପର୍ବ ରଜ ଉତ୍ସବ ଅବସରରେ ରଜପାନ ରଜପିଠା ଖାଇ ବହୁ ଖୁସି ଆନନ୍ଦରେ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି। ଏଭଳି ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରିଥିବା ପୂର୍ବତନ ଅଧ୍ୟକ୍ଷା ବୈଜୟନ୍ତ ମାଳା ଲେଙ୍କା ଓ କେନ୍ଦ୍ରାପଡ଼ା ର ଝିଅ ଧରିତ୍ରୀ ସାମଲଙ୍କୁ ରାଜନଗର ବିଧାୟକ ଧ୍ରୁବ ସାହୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)