ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୦୨୦ ଅନ୍ଲାଇନ୍ ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି। ଏଣିକି ଛାତ୍ରଛାତ୍ରୀ ଓଜେଇଇ-୨୦୨୦ ପାଇଁ ଅନ୍ଲାଇନ୍ ଆବେଦନ ମେ’ ୩୧ ପର୍ଯ୍ୟନ୍ତ କରିପାରିବେ। ବିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବଦେନ ମେ’ ୧୨ରୁ ଆରମ୍ଭ ହେବ ଏବଂ ଏହି ପ୍ରକିୟା ମେ’ ୩୧ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଜୁନ୍ ୫ସୁଦ୍ଧା ଆବେଦନ ଫି’ ଦାଖଲକରିପାରିବେ। ମେ’ ୧୭ ପରେ ପରୀକ୍ଷା କାର୍ଯ୍ୟସୂଚୀ ଏବଂ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ତେଣୁ ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ଓଜେଇଇ ୱେବ୍ସାଇଟ୍ ଦେଖିବାକୁ କୁହାଯାଇଛି।