କଟକ(ସଂଘର୍ଷ ମିଡିଆ) : ବାଲିଯାତ୍ରା ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଏକ ଅଙ୍ଗ । ବାଲିଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କର ଐତିହ୍ୟ, ସଂସ୍କୃତି ସହିତ ଜଡିତ ହୋଇରହିଛି । ଏକ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବାକୁ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଆହ୍ୱାନ ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ-୨୦୨୩କୁ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀ ଆରୁଖ ।