ନବରଙ୍ଗପୁର(ସଂଘର୍ଷ ମିଡିଆ): – ଐତିହାସିକ ପୀଠ ପୋଡାଗଡ ଠାରେ ଦଶହରା ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି lଏହି ଅବସରରେ ତିନି ମୁଠା ଯଥା ହୀରାପୁର ପରିଆ ବୋରିଗରୁ ଅନେକ ଲାଠି କୁର୍ଚି ଯୋଗ ଦେଇଥିଲେ lଛତିଶଗଡରୁ ମଧ୍ୟ ଅନେକ ପ୍ରତୀକ ଲାଠି କୂର୍ଚି ଓ ଅଙ୍ଗା ଦେବତା ଆସିଥିଲେ l ଦଶହଜାର ଅଧିକ ଭକ୍ତ ସମାଗମ ହୋଇଥିବା ବେଳେ ବିଶେଷ ଆକର୍ଷଣ ଶ୍ରୀଯୁକ୍ତ କୈଳାସ ବେହେରାଙ୍କ ଘରେ ରହୁଥିବା ଭୈରବ ଓ ମା ଦନ୍ତେଶ୍ୱରୀ ବିମାନର ନୃତ୍ୟ ସମସ୍ତଙ୍କ ମନ ମୋହିଦେଇଥିଲା lଏହି ଉତ୍ସବ ରେ ଉମରକୋଟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝି ଓ ଦେବିସିଂ ମାଝି, ଟଙ୍କଧର ଗୌଡ଼ ବାସୁଦେବ ଗୌଡ଼, ରମେଶ ସତ୍ନାମୀ ଯୋଗ ଦେଇଥିବାବେଳେ ଗବେଷକ ଶ୍ରୀଯୁକ୍ତ କୈଳାସ ବେହେରାଙ୍କ ଘରେ ରହୁଥିବା ବିମାନ ରହୁଥିବାରୁ ସେ ପୂଜକ ଭାବରେ ଯୋଗଦେଇଥିଲେ l ଏହି ଉତ୍ସବ ଦୁଇଦିନ ଧରି ଚାଲି ବୁଧବାର ସନ୍ଧ୍ୟାରେ ସମସ୍ତ ଦେବାଦେବୀ ବିଦାୟ ନେଇ ଥିଲେ lଏହି ଉତ୍ସବକୁ ଟ୍ରଷ୍ଟ ସଭାପତି ଉର୍ଦ୍ଧବ ଚରଣ ନାୟକ ଓ ସମ୍ପାଦକ ପୁରୁଷୋତ୍ତମ ଭତରା ପରିଚାଳନା କରିଥିଲେ ଓ ଜଳଧର ମାଝି ଉଦ୍ଘୋଷକ ଥିଲେ l ପୂଜକ ବିଞ୍ଜଲ ପୂଜାରୀ କୃଷ୍ଣ ପୂଜାରୀ, ପୂର୍ଣ୍ଣ ପୂଜାରୀ, ନାରାୟଣ ପୂଜାରୀ ଓ ବୋରୀଗା ସୁକମନ୍ ପୂଜାରୀ, ହୀରାପୁର ଦେବ ପୂଜାରୀ, ପର୍ଗନିଆ ମାଝି କରଗ ମହେନ୍ଦ୍ର ମାଝି, ଛୋଟାଗୁଡ଼ା ବଲ ଗଣ୍ଡା ମଣ୍ଡେଇ ପରିଚାଳନା କରିଥିଲେ ବହୁତ୍ ସୁନ୍ଦର ଭାବରେ ଦେବତା ମାନଙ୍କ ପ୍ରତୀକ ଲାଠି ଓ କାଳୀଶି ମାନଙ୍କ ନୃତ୍ୟ ମନ ଲୋଭା ହୋଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l