ଐତିହସିକ ପୋଡାଗଡ ଦଶହରା ପାଳିତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲାର ଐତିହାସିକ ପୋଡ଼ାଗଡ଼ ଦଶହରା ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ଏହି ଦଶହରା ଉତ୍ସବ ରେ ପୋଡ଼ାଗଡ଼ର ତେୟାନବେ ମୌଜାର ପୂଜକ, ସିରା, ବାଜନିଆ, ମହୁରୀଆ ଉପସ୍ଥିତ ରଇତ, ଭଗତ, ଜଗତ ଉପସ୍ଥିତ ହୋଇଥିଲେ ।ଏହି ଅବସରରେ ଦେଶିଆ ନାଟକ ପାରିବେଷିତ ହୋଇଥିଲା । ପୋଡ଼ାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତମ ଭତରା, କୃଷ୍ଣ ପୂଜାରୀ, ବିଞ୍ଜାଲ ପୂଜାରୀ, ନାରାୟଣ ପୂଜାରୀ, ପୂର୍ଣ୍ଣ ପୂଜାରୀ ଦୟା ପୂଜରୀ , ମହେନ୍ଦ୍ର ମାଝୀ(ପର୍ଗନିଆ ମାଝୀ) ଯୋଗଦେଇଥିଲେ। ଦନ୍ତେଶ୍ଵରୀ ମାଉଲି ଭୈରବ, ଖମ୍ବେଶ୍ବରୀ ଙ୍କ ବିମାନ କୈଳାଶ ବେହେରା ଙ୍କ ଘରୁ ଗୁଲିପାଟଣା ବାସଗୃହରୁ ବାହାରି ପୋଡ଼ାଗଡ଼ ଦଶରାରେ ଯୋଗଦେଇ ଉତ୍ସବ କୁ ସରସ ସୁନ୍ଦର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଖ ପାଖ ରୁ ଆସିଥିବା ସମସ୍ତ ଲାଠି କୁରଚି ବଜାର ପରିକ୍ରମା କରି ପୁଜାର୍ଚନା କରାଜାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More