ଏ କଏନ ଓଡିଶା ଷ୍ଟେଟ ଚାପଟରର ବାର୍ଷିକ ଉତ୍ସବ ପାଳିତ

35

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) -: ବସନ୍ତ କୁମାରୀ ଗ୍ରାମାଞ୍ଚଳ ଚକ୍ଷୁ ହସ୍ପିଟାଲ ଆନୁକୂଲ୍ୟରେ ଓଡିଶା ଷ୍ଟେଟ ଚାପଟର କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଶ୍ୟାମସୁନ୍ଦରପୁର ସ୍ଥିତ ବିଆ ରେସିଡେଣ୍ଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ପହଞ୍ଚି କାର୍ଯ୍ୟକ୍ରମ ପ୍ରଦୀପପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବସନ୍ତ କୁମାରୀ ଚଷୁ ହସ୍ପିଟାଲର ସ୍ରଷ୍ଟା ବିମଳ କୁମାର ତ୍ରିପାଠୀଙ୍କ ସୁପୁତ୍ର ସରୋଜ କୁମାର ତ୍ରିପାଠୀଙ୍କ ପ୍ରରୋଚନା କ୍ରମେ ଭାରତର ବିଭିନ୍ନ ରାଜ୍ୟରୁ ଡାକ୍ତର ମାନେ କାର୍ଯ୍ୟକ୍ରମରେ ପହଂଚିଥିଲେ । ଡା.ସରୋଜ ତ୍ରିପାଠୀ ଙ୍କ କହିବା କଥା ମୋର ଜନ୍ମ ମାଟି କେନ୍ଦ୍ରାପଡ଼ାରେ ଚଷୁ ରୋଗରେ ପୀଡିତ ଲୋକ ମାନଙ୍କୁ କିପରି ମାଗଣା ସୁବିଧା ଯୋଗାଇ ଦିଆଯିବ ଓ ମୋର ଜିଲ୍ଲାକୁ ଆଗକୁ ନେବି ତାହା ମୋର ମୁଖ୍ୟ ଲକ୍ଷ । ଆଜି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରୁ ବିଭିନ୍ନ ଚଷୁ ଏକ୍ସପର୍ଟ ଡାକ୍ତର ମାନଙ୍କୁ ଆଣି ଜିଲ୍ଲା ସମେତ ରାଜ୍ୟରେ ଗ୍ରାମାଞ୍ଚଳ ମାନଙ୍କରେ ଉପୁଜୁ ଥିବା ସମସ୍ୟା ଗୁଡିକ ସମାଧାନ ସହ ଲୋକ ମାନଙ୍କ ଭିତରେ ସଚେତନତା ବଢ଼ି ପାରିବ ତାହା ମୁଖ୍ୟ ଉଦେଶ୍ୟ ଥିଲା.ଅନ୍ୟ ପଖେ ଗ୍ରାମାଞ୍ଚଳ ବିଭିନ୍ନ ଗଳି ସନ୍ଧି ମାନଙ୍କରେ ଚଷୁ ଚିକିତ୍ସା ରଥ ବୁଲିପାରିବ ସେଥିଲାଗି ରାଜ୍ୟ ବାହାରୁ ଆସିଥିବା ଡାକ୍ତର ସଂଜୀବ ଚଢା ଓଡିଶା ଷ୍ଟେଟ ଚାପଟର ଆଷୋସିଏସନକୁ ଏକ ଲକ୍ଷ ଟଙ୍କା ଡୋନେଟ କରିଛନ୍ତି. ଯେପରି ସାଧାରଣ ଲୋକଙ୍କ ପାଖରେ ଏହି ରଥ ପହଂଚି ଚିକିତ୍ସା କରିପାରିବ । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଓକିଲ ସଞ୍ଜୟ ଜେନା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More